ପ୍ରକୃତିର ତାଣ୍ଡବ ପରେ ମୋରକ୍କୋରେ ବଢୁଛି ମୃତ୍ୟୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ : ପ୍ରକୃତିର ତାଣ୍ଡବ ପରେ ମୋରକ୍କୋରେ ବଢୁଛି ମୃତ୍ୟୁ ସଂଖ୍ୟା  । ଦୁଇ ହଜାରେ ଟପିଲାଣି ମୃତ୍ୟୁ ସଂଖ୍ୟା  । ଏବେବି ଧ୍ବଂଶବିଧ୍ବଂସ ଘର ତଳୁ ମୃତଦେହ ଉଦ୍ଧାର ହେଉଛି  । ଶକ୍ତିଶାଳୀ ଭୂକମ୍ପରେ ମୋରକ୍କୋ ବିଧ୍ବସ୍ତ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଂକା କରାଯାଉଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ହୋଇଥିବା ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା 7.2 ଥିଲା । ଭୂମିକମ୍ପ ଯୋଗୁଁ ବଡ଼ ବଡ଼ କୋଠା ଭୁଶୁଡିପଡିଛି  । ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।  ଆଫ୍ରିକୀୟ ଦେଶ ମରକ୍କୋରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିଲା । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍ରେ ଏହା ଅନୁଭୂତ ହୋଇଛି ।Turkey-Syria earthquake: More than 4,300 dead after powerful quake hits  region | CNN

ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୬୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ । ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା । ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।