ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ବାଣପୁର: ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ । ପୋଲିସ୍ ଶବ ଜବତ କରି ଆରମ୍ଭ କରିଛି ତଦନ୍ତ । ଘଟଣା ଘଟିଛି ବାଣପୁର ଥାନା ବଉଳାବନ୍ଧ ଗାଁରେ । ଦୁଇ ବର୍ଷ ତଳେ ଗଣେଷ ବେହେରା ସେହି ଗ୍ରାମର ପିଙ୍କି ବେହେରାଙ୍କୁ ବୈଦୀକ ରୀତିରେ ବିବାହ କରିଥିଲେ । ଗତ ଗଣେଷ ପୂଜା ଦିନ ପିଙ୍କିଙ୍କର ମଧ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗଣେଶ ବାହାରେ ମୁଲ ଲାଗି ପରିବାର ପୋଷନ୍ତି ।
ଗତକାଲି ରାତିରେ ପୁଅକୁ ଧରି ଶୋଇଥିଲେ ପିଙ୍କି । ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ପିଙ୍କିକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ପିଙ୍କିଙ୍କୁ ମୃତ୍ୟୁ ଘୋଷମା କରିଛନ୍ତି । ଲୋକଙ୍କ କଥାରେ ତାଳମେଳ ରହୁନଥିବାରୁ କାର୍ଯ୍ୟରତ ଡାକ୍ତର ସନ୍ଦେହ ପ୍ରକାଶ କରି ପୋଲିସକୁ ଜଣାଈଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।