ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ ହୋଟେଲ୍ ସୋଲାନ ଇନ୍ ମାଲିକ କମଳାକାନ୍ତ ଦାସ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କମଳାକାନ୍ତଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପୁଅ କୌଶିକ ଦାସ । ତାଙ୍କ ବାପାଙ୍କର ଏକାଧିକ ରୋଗ ଥିଲା । ଲିଭର ଏବଂ କିଡନୀ ରୋଗରେ ପୀଡିତ ଥିଲେ କମଳାକାନ୍ତ । ତେବେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ ।

ପୂର୍ବରୁ ସେ ମେଡିସିନ ଖାଇ ବଞ୍ଚୁଥିଲେ । ହେଲେ ଜେଲ୍ ଯିବା ପରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନା କରିଥିଲେ । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କୌଶିକ । ସେପଟେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ବୟାନ ମିଳିପାରି ନାହିଁ ।

Leave a Reply