ଖେଳ ହେଲା କାଳ: ମାମୁଁର କାର୍‌ ଭିତରେ ସବୁ ଦିନ ପାଇଁ ଶୋଇଗଲା ଭଣଜା

1 min read

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହଳନ୍ଦଖୋଳା ଗାଁରେ ଘଟିଛି ଏକ ଅଘଟଣ l  ଏକ କାର୍ ମଧ୍ୟରୁ ୫ ବର୍ଷ  ଶିଶୁ ମୃତଦେହ ଉଦ୍ଧାର ହୋଇଛି । ପିଲାଟି କlର୍ ମଧ୍ୟରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ  ଘଟିଥିବା ସନ୍ଦେହ କରାଯାଉଛି l ଘଟଣା ସ୍ଥଳରେ ତାରସିଂ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ଘଟଣାନୁଯାୟୀ, ପଥରlପଲ୍ଲୀ ଗ୍ରାମର ମୃତ ଶିଶୁଟି ନିଜ ମାମୁଁ ଘର ଗାଁକୁ ବୁଲିବାକୁ ଯାଇଥିଲେ l ଶିଶୁଟି ଖେଳୁ ଖେଳୁ ଘର ପାଖରେ ଥିବା  ନିଜ ମାମୁଁଙ୍କ କାର ଡୋର୍‌ ଖୋଲି ଭିତରକୁ ପଳେଇ ଥିବା ବେଳେ ଆଉ ବାହାରକୁ ଆସି ପାରିନଥିଲା l କାର୍‌ର କାଚ ଡୋର ମଧ୍ୟ୍ୟ ସମ୍ପୂର୍ଣ ଭାବରେ ବନ୍ଦ ଥିଲା l କିଛି ସମୟ ପରେ ଶିଶୁଟିକୁ ଖୋଜା ଖୋଜି କରିବା ବେଳକୁ କାର ମଧ୍ୟରେ ରହିଥିବା ସନ୍ଦେହରେ କାର୍ ଡୋର୍‌କୁ ଖୋଲିଥିଲେ । ଦେଖିଲା ବେଳକୁ ସତ ହୋଇଥିଲା ସନ୍ଦେହ କାର୍‌ ଭିତରେ ଅଚେତ ହୋଇ ପଡ଼ିରହିଥିଲା ଶିଶୁ । ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିବା ପରେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ l ଶିଶୁଟିର ବାପା  ସୁରତରେ କାମ କରିବାକୁ ଯାଇ ରହୁଥିବା ବେଳେ ପରିବାରରେ  ଶୋକର ଛାୟା ଖେଳିଯାଇଛି  l ତାରାସିଂ ଥାନା ପୋଲିସ ଘଟଣାର ତଦନ୍ତ କରୁଛି l

Leave a Reply