ମା ଓ ପୁଅର ସନ୍ଦେହଜନକ ମୃତ୍ୟୁ

1 min read

ଅନୁଗୁଳ: ମା ଓ ପୁଅର ସନ୍ଦେହଜନକ ମୃତ୍ୟୁ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିର ଏ ଘଟଣା । ମାକୁ ହତ୍ୟା ପରେ ପୁଅ ଆତ୍ମହତ୍ଯା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ  ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମା ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖବାକୁ ମିଳିଛି। ପୁଅ ରଞ୍ଜିତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଖବର ପାଇ ଅନୁଗୁଳ SDPO ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।