spot_img

Latest Posts

ବିଭିନ୍ନ ସ୍ଥାନରେ ହାତୀ ଉତ୍ପାତ, ଚାଲିଗଲା ଦୁଇ ଜୀବନ

ସୁନ୍ଦରଗଡ଼: ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ । ଅଟୋରେ ଘରକୁ ଫେରୁଥିବା ବେଳେ ହାତୀ ପଲ୍ଲଙ୍କ ହାବୁଡ଼ରେ ପଡିଲେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଗୋଟିଟାଙ୍ଗର ଗାଁରେ । ଯାହାକୁ  ନେଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲ ରାସ୍ତାରେ ଅଟୋରେ ୪ ଜଣ ଆସୁଥିବା ବେଳେ ହଠାତ୍ ହାତୀପଲ୍ଲ ହାଵୁଡରେ ପଡିଥିଲେ ।

ତିନି ଜଣ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଜଣେ ହାତୀପଲ୍ଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଯାହାକୁ ନେଇ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଘଟଣା ସ୍ଥଳରେ ବନ ବିଭାଗ ଓ ହାତୀବାରୀ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ହାତୀ ଉପଦ୍ରବ ରୋକିବା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସେହିଭଳି କୁତ୍ରା ଥାନା ଅନ୍ତର୍ଗତ ସିଆଳଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ହାତୀ ଘଉଡାଉଥିବାବେଳେ ହାତୀଟି ଜଣେ ଯୁବକଙ୍କୁ ଦଳିଦେଇଥିଲା । ଅଭିଯୋଗ ପରେ ବନ ବିଭାଗ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ।

Latest Posts

Don't Miss