ଗୁଣିଗାରେଡି ସନ୍ଦେହରେ ପିଟି ପିଟି ମାରିଦେଲେ…

1 min read

ଘରୁ ଡାକିଆଣି ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା । ମହିଳାଙ୍କୁ ହଳ ଜୁଆଡି ମାଧ୍ୟମରେ ହତ୍ୟା କରାଯାଇଛି  । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଜୁମାପଦର ଗାଁରେ ଏଭଳି ଅଭାବନିୟ ଘଟଣା ଘଟିଯାଇଛି ।  ଗୁଜୁମାପଦର ଗାଁର ଧନୁ ସାନ୍ତା ଏବଂ ରାଧୁ ସାନ୍ତା ବିଳମ୍ବିତ ରାତିରେ ମହିଳା ଜଣକୁ ଘରୁ ଡାକି ଆଣି ହତ୍ୟା କରିଛନ୍ତି । ହତ୍ୟାର ଶୀକାର ହୋଇଥିବା ମହିଳାଙ୍କର ନାମ ହେଉଛି ତୁଳାବତୀ ।

ପରିବାର ସହ ଘରେ ସୋଇଥିବାବେଳେ ବିଳମ୍ବିତ ରାତିରେ ତୁଳାବତୀଙ୍କୁ ଘରୁ ଡାକି ନେଇ ହଳ ଜୁଆଡି ସାହାଯ୍ୟରେ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ତୁଳାବତୀଙ୍କୁ ବଞ୍ଚାଇବାକୁ ଯାଇ ବୋହୁ ଟିକମ ସାନ୍ତା ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ତୁଲାବତୀ ସାନ୍ତାଙ୍କ ପରିବାରକୁ ଦୀର୍ଘଦିନ ହେବ ଗାଁ ଲୋକେ ଗୁଣି କରୁଥିବା ସନ୍ଦେହରେ ନିଆଁ ପାଣି ବାସନ୍ଦ କରିଥିଲେ ।

କିଛିଦିନ ହେବ ଅଭିଯୁକ୍ତ ଧନୁ ସାନ୍ତା ଏବଂ ରାଧୁ ସାନ୍ତା ପରିବାର ଲୋକଙ୍କ ଦେହ ଅସୁସ୍ଥ ରହି ଆସୁଥିଲା । ଯାହାକୁ ନେଇ ଧନୁ ସାନ୍ତାଙ୍କ ପରିବାର ତୁଳାବତୀଙ୍କ ଉପରେ ସନ୍ଦେହ କରୁଥିଲେ । ଉକ୍ତ ଘଟଣା କୁ ଭିତ୍ତିକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ମାନେ ଫେରାର ଥିବାବେଳେ ଏନେଇ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦିଆଯାଇଛି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.