ରାକ୍ଷସ ସାଜିଲା ବାପା: ପୁଅକୁ ବୁଡ଼ାଇ ମାରିଲା, ଝିଅକୁ ଛୁରୀ ଭୁଶିଲା

ନୂଆପଡ଼ା: ନୂଆପଡା ବୋଡ଼େନ ଥାନା କୁଟିଆପଡ଼ା ଗାଁରେ ଅଭାବନୀୟ ଘଟଣା । ବାପା ସାଜିଲା ନରହନ୍ତା । ନିଜ ୧୦ ବର୍ଷର ଝିଅକୁ ଛୁରୀ ଭୁଶିଲା । ଗୁରୁତର ଅବସ୍ଥାରେ ଝିଅକୁ ବୋଡ଼େନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେହିପରି ୨ ବର୍ଷର ପୁଅକୁ ନିକଟରେ ଥିବା ପୋଖରୀରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିଲା । ଉଦ୍ଧାର ପରେ ପୁଅକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ପରେ ବାପା କିଶୋର ମାଝି ଫେରାର ହୋଇଯାଇଛି । ବୋଡ଼େନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ, ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଜଣାପଡିଛି ।