ବଢ଼ିପାରେ 2000 ଟଙ୍କିଆ ନୋଟର ଡେଡଲାଇନ

1 min read

ନନ୍ଦିଘୋଷ ବ୍ୟୁରୋ: ବଢ଼ିପାରେ 2000 ଟଙ୍କିଆ ନୋଟର ଡେଡଲାଇନ । ଆସନ୍ତା ଅକ୍ଟୋବର ଶେଷ ଯାଏ ଏହା ବୈଧ ହୋଇପାରେ ବୋଲି ସୂଚନା ମିଳିଛି । ଅକ୍ଟୋବର ଶେଷ ସୁଦ୍ଧା ୨ ହଜାର ଟଙ୍କିଆ ନୋଟର ଅବଧି ବୃଦ୍ଧି ଲାଗି ରିଜର୍ଭ ବ୍ୟାଙ୍କ ଚିନ୍ତା କରୁଥିବା ସୂଚନା ମିଳିଛି । ପୂର୍ବରୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଡେଡଲାଇନ ନେଇ ସୂଚନା ଦେଇଥିଲା ଆରବିଆଇ । ଗତ ସେପ୍ଟେମ୍ବର ୧ ତାରିଖରେ ଆରବିଆଇ କହିଥିଲା ପ୍ରାୟ ୩ ଦଶମିକ ୩୨ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହୃତ ହୋଇଥିଲା ।

ଗତ ଜୁଲାଇ ୩୧ ସୁଦ୍ଧା ମୋଟ ୨ ହଜାର ଟଙ୍କିଆ ନୋଟର ୮୮ ପ୍ରତିଶତ ପ୍ରତ୍ୟାହୃତ ହୋଇଥିଲା ବୋଲି ଆରବିଆଇ କହିଥିଲା । ବଜାରରୁ ୨ ହଜାର ଟଙ୍କିଆ ନୋଟ ହଟାଇବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗତ ମେ ୨୩ ତାରିଖରୁ ୨ ହଜାର ଟଙ୍କିଆର ବଦଳି ବା ଜମା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ମେ ୨୩ ତାରିଖରେ ଏହି ନିଷ୍ପତ୍ତି ଘୋଷଣା କରିବା ପରେ ବଦଳି ବା ଜମା ପ୍ରକ୍ରିୟା ଜାରି ରହିଥିଲା । ଆୟକର ନିୟମାବଳୀ ୧୧୪-ବି ଅନୁସାରେ ଏକ ବ୍ୟାଙ୍କ ବା ଡାକଘରେ ଗୋଟିଏ ଦିନରେ ୫୦ ହଜାର ଟଙ୍କା ଜମା କରାଗଲେ ପାନ୍ ଆବଶ୍ୟକ ହୋଇଥାଏ ।