ଆଧାର-ପ୍ୟାନ୍ ଲିଙ୍କ ପାଇଁ ୩ମାସ ବଢିଲା ଡେଡ୍‌ଲାଇନ୍, ଆଜି ଥିଲା ଶେଷ ତାରିଖ

ନୂଆଦିଲ୍ଲୀ: ଆଧାରକାର୍ଡଧାରୀଙ୍କୁ ଆଶ୍ୱସ୍ତି । ଘୁଞ୍ଜିଲା ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରାଇବାର ତାରିଖ । ଆଜି ଲିଙ୍କ କରାଇବାର ଶେଷ ତାରିଖ ଥିବାବେଳେ ଏହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅର୍ଥାତ ଆହୁରି ତିନି ମାସ କୋହଳ କରିଛନ୍ତି ସରକାର । କରୋନା କଟକଣା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହି ତିନି ମାସ ମଧ୍ୟରେ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମି ଦିନରେ ବହୁ ସମସ୍ୟା ଭୋଗିବାକୁ ପଡିବ । ଜମି କିଣା ବିକା ସହ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଆଧାର କାର୍ଡ ଜରିଆରେ ସରକାରୀ ସୁବିଧା ପାଉଛନ୍ତି ।

ପାନ୍ କାର୍ଡ ଲିଙ୍କ ନଥିବାରୁ ସେମାନଙ୍କର ଅର୍ଥନୀତିର ସଂପୂର୍ଣ୍ଣ କାରବାର ଅଦୃଶ୍ୟ ହୋଇ ରହୁଛି । କିନ୍ତୁ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ହେଲେ ଟଙ୍କା କାରବାରର ସବୁ ତଥ୍ୟ ସାମ୍ନାକୁ ଆସିଯିବ । ଆୟକର ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ପତ୍ତା ଲଗାଇବ ଏହି ବ୍ୟବସ୍ଥା । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୧ ଅର୍ଥ ବିଲ ସଂଶୋଧନରେ ଏହି ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର ।

Leave a Reply