ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଭଦ୍ରକରେ ବୈତରଣୀ ନଦୀକୁ ଝିଅକୁ ଧରି ବାପା ଡେଇଁବା ଘଟଣା । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ନିକଟ ବୁଢ଼ାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ନିଖୋଜ ବାପା ଚନ୍ଦନ ସାହୁ ବୋଲି ସନ୍ଦେହ କରାଯାଉଛି । ତେବେ ଝିଅର ଏଯାଏ ପତ୍ତା ମିଳିନାହିଁ । ନାବାଳିକାକୁ ଠାବ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ବୁଧବାର ରାତି ୯ଟାରେ ଭଣ୍ଡାରିପୋଖରୀ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ମାସେ ପୂର୍ବରୁ ଚନ୍ଦନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଚନ୍ଦନ ନିଜ ଝିଅ ସହ ଏକ ବାଇକ ଯୋଗେ ବୈତରଣୀ ନଦୀ ପୋଲ ଉପରେ ପହଞ୍ଚିଥିଲେ । ପୋଲ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେିଇଁପଡ଼ିଥିଲେ । ତେବେ ନଦୀକୁ ଡେଇଁବା ପୂର୍ବରୁ ନିଜ ବଡ଼ ଉଭଣୀଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ ।