ମଇଁଷି ଗୁହାଳରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିପାଟଣା: ମଇଁଷି ଗୁହାଳରେ ପଡ଼ି ରହିଛି ଦୁଇ ଯୁବକଙ୍କ ମୃତଦେହ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା କାଜ ନିକଟରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସୁଶାନ୍ତ ଦାଶ ଓ ଜଗବନ୍ଧୁ ବେହେରା । ଉଭୟ ମଇଁଷି ଫାର୍ମ କର୍ମଚାରୀ ବୋଲି ସୂଚନା ମିଳିଛି । ତେବେ କେମିତି ଉଭୟଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି ।