୫ଦିନ ପରେ ଉଦ୍ଧାର ହେଲା ନିଖୋଜ ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା କଳିଙ୍ଗ ମୁଣ୍ଡିଆ ପାଖ ଗଭୀର ଖଣି ପୋଖରୀରେ ଛାତ୍ର ନିଖୋଜ ଘଟଣା ।  ୫ଦିନ ପରେ ଉଦ୍ଧାର ହେଲା ନିଖୋଜ ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ । ଆଜି ସକାଳୁ ଉଦ୍ଧାରକାରୀ ଦଳ ଓମର ମୃତଦେହ ଉଦ୍ଧାର କରିଛି । ଭାସୁଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ରେସ୍କ୍ଯୁ ଟିମ୍ । ପରିବାରବର୍ଗ ପୁଅର ମୃତଦେହକୁ ଚିହ୍ନଟ କରିଛନ୍ତି । ଗତ ୮ ତାରିଖ ଦିନ ଖୋର୍ଦ୍ଧା କଳିଙ୍ଗ ମୁଣ୍ଡିଆ ପାଖ ଗଭୀର ଖଣି ପୋଖରୀରେ ଅଘଟଣ ଘଟିଥିଲା ।  ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିବା ସମୟରେ ଦୁଇଜଣ ଖଣି ପୋଖରୀରେ ପଡ଼ିଯାଇଥିଲେ । ଜଣେ ଛାତ୍ର କୂଳକୁ ଚାଲିଆସିଥିବାବେଳେ ସେବେଠୁ ନିଖୋଜ ଥିଲେ ଓମ୍ ପ୍ରକାଶ । କଟକ, ଢେଙ୍କାନାଳ, ଖୋର୍ଦ୍ଧାରୁ ସ୍ବତନ୍ତ୍ର ରେସ୍କ୍ଯୁ ଟିମ୍ ସହ ତାଲିମ ପ୍ରାପ୍ତ ବୁଡାଳୀ, କ୍ୟାମେରାର ସହାୟତା ନିଆଯାଇଥିଲା । ଏନଡିଆରଏଫ୍ ଟିମ୍ ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଅଗ୍ନିଶମ ବାହିନୀ, ନାଭାଲ ଟିମ୍, ଓଡ୍ରାଫ୍ଟ ଟିମ୍ ସମେତ ରାଉରକେଲା ଏନ୍ଆଇଟି ଟିମ୍ ବି ଲାଗିଥିଲେ । ଉଦ୍ଧାର ପାଇଁ ସମସ୍ତ ବୈଷୟିକ ଜ୍ଞାନ କୌଶଳ, ଉନ୍ନତମାନର କ୍ୟାମେରା, ରୋବଟର ସହାୟତା ନିଆଯାଇଥିଲା । ରୋବର୍ଟ ୩୦୦ ଫୁଟ ଗଭୀର ଜଳରାଶିରେ ସର୍ଚ୍ଚ ଅପରେସନ କରିଥିଲା । ସବୁ ଟିମ୍ ମିଶାଇ ଏକ୍ସପର୍ଟ ବୁଡାଳୀଙ୍କ ସହ ପ୍ରାୟ ୫୦ଜଣ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆଜି ସକାଳେ ଉଦ୍ଧାରକାରୀ ଦଳ ଓମର ମୃତଦେହ ଉଦ୍ଧାର କରିଛନ୍ତି ।