spot_img

Latest Posts

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ନୟାପଲ୍ଲୀ ପାଖ ଏକ ଭଙ୍ଗାଘରୁ ଜବତ ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ। ନୟାପଲ୍ଲୀ ଅଞ୍ଚଳରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ସକାଳୁ ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ମୃତଦେହକୁ ଉଦ୍ଧାର କରିଛି ପିସିଆର। ଭଙ୍ଗା ଘରେ ମୃତକ ଜଣକ ହାତକୁ ଟେକି ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଲୋକେ ଏହା ପରେ ପୋଲିସକୁ ଫୋନ୍‌ କରିଥିଲେ।

ଏବେ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ହେଲେ ଶାନ୍ତନୁ କୁମାର ପରିଡ଼ା। ମୃତକଙ୍କ ପାଖରୁ ଗୋଟିଏ ହୋଣ୍ଡା ଆକ୍ଟିଭା ଜବତ ହୋଇଛି। ମୃତକଙ୍କ ସ୍ତ୍ରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ମୃତକ ଗତ କାଲି ସକାଳ ୮ ସମୟରେ କାହାକୁ ଟଙ୍କା ଦେବା ପାଇଁ ଘରୁ ବାହାରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ତାଙ୍କୁ ସକାଳ ୧୦ଟା ସମୟରେ ଫୋନ କରିଥିଲେ। ହେଲେ ଶାନ୍ତନୁ ଫୋନ୍‌ ଉଠେଇନଥିଲେ ଏବଂ ପରବର୍ତ୍ତି ସମୟରେ ଫୋନ ଅଫ ହୋଇଯାଇଥିଲା। ଘରଲୋକେ ରତି ପର୍ଯ୍ୟନ୍ତ ଖୋଜାଖୋଜି କଥିଲେ ମଧ୍ୟ ପାଇନଥିଲେ।

Latest Posts

Don't Miss