ପୋଖରୀରୁ ମିଳିଲା ମାଆ, ପୁଅଙ୍କ ମୃତଦେହ

କଟକ: ନିଆଳି କୃଷ୍ଣପ୍ରସାଦ ପଞ୍ଚାୟତ ସାତଙ୍ଗ ଗାଁ ପୋଖରୀରୁ ମାଆ ଓ ୭ ବର୍ଷ ପୁଅଙ୍କ ମୃତଦେହ ଉଦ୍ଧାର । ଗାଁର ବନ୍ଧୁମଣୀ ପଣ୍ଡାଙ୍କ ଝିଅ ଓ ନିଜ ପୁଅକୁ ଧରି ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଫେରିବା ବାଟରେ ଏକ ପୋଖରୀକୁ ଶୌଚ ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ ବୋଲି କୁହାଯାଉଛି । ଏପଟେ ମାଆ ଓ ପୁଅଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।