ନନ୍ଦିଘୋଷ ବ୍ୟୁରୋ : ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଭେଳିକି ପାଲଟିଛି। ମସ୍ଚ୍ୟବିଭାଗ ପାଖରେ ଆବଶ୍ୟକ ଟ୍ରଲର ନଥିବା ବେଳେ ବନବିଭାଗ ତରଫରୁ ପାଟ୍ରୋଲିଂ ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ପାଟ୍ରୋଲିଂ କୋହଳ ଓ ମନମାନୀ ହେତୁ ଶହ ଶହ ଟ୍ରଲର ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ ଯାତାୟାତ ଓ ମାଛମାରୁଥିବା ଦେଖିବାକୁ ମିଳିଛି।
ଦେବୀ ନଦୀ ନିକଟ ନୂଆଗଡ ଜେଠି ନିକଟରେ ଅଣ୍ଡା ଦେବାକୁ ଦୂର ଦୁରାନ୍ତ ଆସିଥିବା ଅଲିଭି ରିଡେଲ କଇଁଛଙ୍କ ମୃତଦେହ ଦେବୀ ନଦୀରେ ଭାସୁଛି । ନଭେମ୍ବର ୧ରୁ ମେ ୩୧ ଯାଏଁ ଦୀର୍ଘ ୭ମାସ ଧରି ଦେବୀ ମୁହାଁଣ ଠାରୁ କେଳୁଣୀ ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଅତିଥି କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭାଗୀୟ ସ୍ତରରେ ତ୍ରୁଟି ଥିବାରୁ ଅତିଥି କଇଁଛଙ୍କୁ ଏକ ପ୍ରକାର ବିପଦ ମୁହଁକୁ ଛାଡି ଦିଆଯାଇଛି । ଯାହାକୁ ନେଇ ପରିବେଶବିତି ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
କଇଁଛ ସୁରକ୍ଷା ଏମିତି… ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ

