ଆରପାରିରେ ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ

ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୬ ବର୍ଷରେ ତାଙ୍କର ପରଲୋକ ହୋଇଛି । ୩ ବର୍ଷରୁ ଅଧିକ ସମୟ ଧରି ସେ ଅସୁସ୍ଥ ରହିଥିଲେ । ଗତ ୨୦୧୬ରୁ ପାରଳା ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଖାଲି ସେତିକି ନୁହେଁ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତି କ୍ଷେତ୍ରରେ ବେଶ୍‌ ପରିଚିତ ଥିଲେ । ବ୍ରହ୍ମପୁରର ପୂର୍ବତନ ଲୋକସଭା ସାଂସଦ ଥିଲେ ଗୋପୀନାଥ ଗଜପତି । ପାରଳାଖେମୁଣ୍ଡିରେ ଶେଷ ରାଜା ଥିଲେ ଗୋପୀନାଥ ଗଜପତି ଦେବ । ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।

ପାରଳା ମହାରାଜାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଗଜପତିଙ୍କ ବିୟୋଗ ଓଡ଼ିଶା ପାଇଁ ବଡ଼ କ୍ଷତି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply