କୁଆଖାଇ ନଦୀପଠାରେ ମୃତଦେହ ମିଳିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ମୃତଦେହ ଉଦ୍ଧାର

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ମୃତଦେହ ମିଳିବା ଘଟଣା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ମୃତଦେହକୁ ଉଦ୍ଧାର ନେଇ ପ୍ରକ୍ରିୟା ଆରମ୍ଭ । ପ୍ରାୟ ୫ ଫୁଟ ମାଟି ଖୋଳି ମୃତଦେହକୁ ପୋତାଯାଇଥିବା ପୋଲିସ ଅନୁମାନ କରୁଛି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ । ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡ଼ିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛନ୍ତି । ୩ରୁ ୪ ଦିନ ତଳେ ହତ୍ୟା କରାଯାଇ ଶବକୁ  ପୋତାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ  କହିବା ଅନୁସାରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ସେମାନେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯ଼ାଉଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Leave a Reply