ରେଳ ଧାରଣାରେ ପଡ଼ିଛି ଯୁବକଙ୍କ କଟା ମୃତଦେହ: ମେଡିକାଲରୁ ଲୁଚି ଆସି ଆତ୍ମହତ୍ୟା କରିଥିବା ଅନୁମାନ

1 min read

ସୋର: ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୋର ଷ୍ଟେସନର ନିକଟ ଡାଉନଲାଇନରେ ଜଣେ ଯୁବକ ମୃତଦେହ ଦେଖିବାକୁ ମିଳିଛି । ମୃତଦେହ ଟି ରେଳ ଧାରଣା ଉପରେ ପଡ଼ିଥିବା ବେଳେ ମୃତ ଯୁବକଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଛି । ଟ୍ରେନ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତଦେହ ନିକଟରେ କିଛି ଖାଦ୍ୟ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଲୁଚି ପଳାଇ ଆସି ରୋଗ ଯନ୍ତ୍ରଣା ସହି ନ ପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜିଆରପି ଅନୁମାନ କରୁଛି । ଖବର ପାଇ ବାଲେଶ୍ୱର ଜିଆରପି ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥି ସହିତ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ପରେ କେଉଁ ମେଡିକାଲରେ ଥିଲା କିପରି ଏଠାକୁ ଆସିଲା ତାହା ଜଣାପଡ଼ିବ ବୋଲି ଜିଆରପି ସବ୍‌ ଇନ୍ସପେକ୍ଟର ସୁଶାନ୍ତି ସିଂ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ୍’ ! ଅମଳ ଫସଲକୁ ସାଇତି ରଖିବାକୁ SRCଙ୍କ ପରାମର୍ଶ

Leave a Reply