spot_img

Latest Posts

ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ: ୨୬ ଦିନ ଧରି ନିଖୋଜ ଥିଲେ

କନ୍ଧମାଳ: ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାଲିସୁଗ୍ରୀ ଗ୍ରାମ ନିକଟ ନାଳ ପାଖ ମାଗାରିବିଲ ଜଙ୍ଗଲରେ ବିନୋଦ ଜାନି ନାମକ ଜଣେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କଲା ଖଜୁରୀପଡ଼ା ପୋଲିସ । ଯାହା ସୂଚନା ରହିଛି ବାଲିସୁଗ୍ରୀ ଗାଁର ବିନୋଦ ଜାନି ଖୋର୍ଦ୍ଧା ବେଗୁନିଆର ଗୋଟିଏ କୁକୁଡା ଫାର୍ମରେ କାମ କରୁଥିଲେ ୨୬ଦିନ ତଳେ ନିଜ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଥିଲେ |

ବିନୋଦ ଘରେ ନ ପହଞ୍ଚିବା ପରେ ମୃତ ବିନୋଦଙ୍କ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ମୃତ ବିନୋଦଙ୍କ କୋଣସି ପତ୍ତା ନ ମିଳିବା ଯୋଗୁଁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ୨୬ଦିନ ପରେ ବାଲିସୁଗ୍ରୀ ଗାଁ ନିକଟ ମାଗାରିବିଲ ଜାଙ୍ଗଲରେ ଶବକୁ ପୋତା ହୋଇଥିବା ଖବର ପାଇ ଖଜୁରୀପଡ଼ା ପୋଲିସ ଏବଂ ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଧାର କରି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି |ମୃତ ବିନୋଦଙ୍କ ବାପା ସଦାନନ୍ଦ ଜାନି ପୁଅକୁ ମାରି ପୋତି ଥିବା ଅଭିଯୋଗ ଆଣିଛନ୍ତି । ଏହି ଆଧାରରେ ଖଜୁରୀପଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍: ହ୍ୱାଟସ୍‌ଆପ ନମ୍ୱର ଜାରି କଲା ପୋଲିସ

Latest Posts

Don't Miss