ସରକାରୀ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ଶୁଭେଛୁ-ସମର୍ଥକ

ନନ୍ଦିଘୋଷ ବ୍ୟୁରୋ: ସରକାରୀ ବାସଭବନରେ ପହଁଚିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର  । ଶେଷ ଦର୍ଶନ କରୁଛନ୍ତି ଶୁଭେଛୁ ଓ ସମର୍ଥକ  । ସାଥି ସହକର୍ମୀ ମଧ୍ୟ ପହଁଚି ନିଜର ପରିଚିତ ମୁହଁକୁ ଶେଷ ଥର ପାଇଁ ଦେଖୁଛନ୍ତି  । କାରଣ ଆଉ ନାହାଁନ୍ତି ତାଙ୍କ ପରିଚିତ ନବ ଦାସ  । ସମସ୍ତଙ୍କର ନବ ଭାଇ ଆରପାରିକୁ ଚାଲି ଯାଇଛନ୍ତି  । ଗୁଳିମାଡ଼ ପରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନବଦାସ  ।

ବିଧାନସଭାରେ ସାଥି ସହକର୍ମୀ ଶେଷ ଦର୍ଶନ କରିବା ପରେ ସରକାରୀ ବାସଭବନରେ ପହଁଚିଛି ମୃତ ଶରୀର  । ସୋମବାର ତାଙ୍କୁ ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ନିଆଯିବ  । ଏହା ପରେ ଝାରସୁଗୁଡ଼ା ଅଭିମୁଖେ ପାର୍ଥିବ ଶରୀର ବାହାରିବ ବୋଲି ସୂଚନା ମିଳିଛି  ।

ସେପଟେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ନବ ଦାସଙ୍କ ଅନ୍ତିମ ସତ୍କାର । ତିନିଦିନିଆ ଶୋକ ଘୋଷଣା କଲେ ରାଜ୍ୟ ସରକାର । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଶୋକ ଘୋଷଣା  । ସେହିପରି ଅର୍ଦ୍ଧନିମିତ ରହିବ ଜାତୀୟ ପତାକା ।  ଘୋଷଣା କରିଛନ୍ତି ରାଜ୍ୟ ସରକାର  ।