ପ୍ରେମିକାକୁ ହତ୍ୟା କରି ଶବକୁ ଫ୍ରିଜରେ ଲୁଚାଇଥିଲା ସଇତାନ ପ୍ରେମିକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଶ୍ରଦ୍ଧା ମର୍ଡର କେସର ରିପିଟ୍ । ଜଣେ ଯୁବତୀଙ୍କୁ ହତ୍ୟା କରିବା ପରେ ତାର ଶବକୁ ଫ୍ରିଜରେ ଲୁଚାଇ ରଖିଥିଲା ହତ୍ୟାକାରୀ ପ୍ରେମିକ । ଦିଲ୍ଲୀ ପୋଲିସର କହିବା ଅନୁସାରେ, ଉତ୍ତମ ନଗରର ଜଣେ ମହିଳାଙ୍କ ଶବ ନଜଫଗଢ଼ର ମିତ୍ରାଉ ଗାଁର ବାହାରେ ଥିବା ଏକ ଢାବାର ଫ୍ରିଜରୁ ମିଳିଛି । ହତ୍ୟା କରିଥିବା ଯୁବକର ନାଁ ହେଉଛି ସାହିଲ ଗେହଲଟ । ପୋଲିସ ସାହିଲକୁ ଗିରଫ କରିନେଇଛି ।

ସୂଚନାନୁସାରେ, କାଶ୍ମୀରି ଗେଟ୍ ଆଇଏସବିଟି ପାଖରେ କାର୍ ଭିତରେ ଯୁବତୀଙ୍କ ଗଳା ଚାପି ହତ୍ୟା କରାଯାଇଛି । ହତ୍ୟା ପରେ ହତ୍ୟାକାରୀ ଯୁବତୀଙ୍କ ଶବକୁ ମିତ୍ରାଉ ଗାଁରେ ନିଜ ଢାବାରେ ଥିବା ଫ୍ରୀଜରେ ଲୁଚାଇ ରଖିଥିଲା । ଅଭିଯୁକ୍ତ ଯୁବକର ନାଁ ସାହିଲ ଗେହଲଟ ଅଟେ । ସାହିଲର ବୟସ ୨୬ ବର୍ଷ ଅଟେ । ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇ ପଚରା ଉଚରା କରାଯାଉଛି ।

କାର୍ ଭିତରେ ଯୁବତୀଙ୍କ ହତ୍ୟା ପରେ ସାହିଲ ଶବକୁ ନିଜ ଢାବାରେ ରଖିଥିବା ଫ୍ରିଜରେ ଲୁଚାଇ ଦେଇଥିଲା । ମିଳିଥିବା ସୂଚନା ମୁତାବିକ, ସାହିଲ ଏବଂ ଯୁବତୀ ଦୀର୍ଘ ସମୟ ଧରି ରିଲେସନସିପରେ ଥିଲେ । ସାହିଲର ବିବାହ ଅନ୍ୟ ଏକ ସ୍ଥାନରେ ହେଉଥିଲା । ଯୁବତୀ ଜଣଙ୍କ ଏହା ଜାଣିବା ପରେ ବିରୋଧ କରିଥିଲେ । ଏହି କଥାକୁ ନେଇ ସାହିଲ ନିଜ ପ୍ରେମିକାର ହତ୍ୟା କରିଦେଇଥିଲା ।