ଘରକୁ ଫେରୁଛନ୍ତି ବୋଲି କହି ଫେରିଲେନି, ଆଉ ସକାଳୁ ମିଳିଲା…

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ବେଲପଡା ରାସ୍ତାର ଗଞ୍ଜାବାହାଲ ଛକ ନିକଟ ରାସ୍ତା କଡରେ ଏକ ଯୁବକର ମୃତ ଦେହ ଉଦ୍ଧାର  ହୋଇଛି ।ମୃତକ ହେଲେ ଗଞ୍ଜାବାହାଲ ଗାଁର ଗଣ ବଛା । ପରିବାର ଲୋକେ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ଗତ ରାତିରେ  ଗଣ କିଛି ସାଙ୍ଗ ମାନଙ୍କ ସହ ବେଲପଡ଼ା ଗାଁର ଢୁଲୁ ରେସଷ୍ଟୁରାଣ୍ଡରେ ଭୋଜି କରୁଥିଲେ । ଭୋଜି ଖାଇ ଘରକୁ ଫେରିବେ ବୋଲି ଭାଇକୁ ଫୋନରେ କହିଥିଲେ ।

କିନ୍ତୁ ଗଣ ଘରକୁ ନ ଫେରିବାରୁ ତାଙ୍କୁ ରାତିରେ ଘର ଲୋକେ ଫୋନ କରିଥିଲେ କିନ୍ତୁ ଫୋନ ଉଠାଇନଥିଲେ ଗଣ । ଏବଂ ପରେ ସକାଳେ ଏକ ଗଛ ନିକଟରେ ଗଣର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାସହ ମୃତ ଦେହ ପଡିଥିବା ସ୍ଥାନରୁ ୧୦୦ ମିଟର ଦୂରରେ ଏକ ବାଇକ ପଡିଥିବା ଦେଖିବାକୁ ମିଳିଛି । ଗଣକୁ ହତ୍ୟାକରି ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply