ଶବକୁ ମିଳିଲାନି ଚାରି କାନ୍ଧ, ଟ୍ରଲିରେ ନେଲେ ଶ୍ମଶାନ

ବୁର୍ଲା: ମୃତଦେହକୁ ମିଳିଲାନି ଚାରି କାନ୍ଧ, ଶୁଭିଲାନି ରାମ ନାମ । ସମ୍ବଲପୁର ବୁର୍ଲାରେ ରହୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କର ଝିଅଟିଏ ଥିବାବେଳେ ଶବ ସତ୍କାର ପାଇଁ ଟଙ୍କା ନଥିଲା । ମୃତଦେହକୁ ଗାଁ ଲୋକ ବି ଚାହିଁନଥିଲେ । ଶେଷରେ ସ୍ଥାନୀୟ କିଛି ଯୁବକ ମହିଳାଙ୍କ ମୃତଦେହକୁ ଟ୍ରଲିରେ ନେଇ ଦାହ କରିଛନ୍ତି ।
କୌଣସି ଲୋକଙ୍କ ମୃତ୍ୟୁ ହେଲେ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ବ୍ୟବସ୍ଥା ରହିଛି । ହେଲେ, ଏଠି ସହାୟତା ମିଳିନି । ବରଂ ଶବକୁ ୪ କାନ୍ଧ ନମିଳିବାରୁ ଟ୍ରଲିରେ ଶ୍ମଶାନ ନେଇ ଶବଦାହ କରିଛନ୍ତି ସ୍ଥାନୀୟ ଯୁବକ ।