spot_img

Latest Posts

ଦୃଷ୍ଟି ବାଧିତଙ୍କୁ ଦେଖି ରାସ୍ତାରେ ଅଟକି ଗଲା ଡିସିପିଙ୍କ ଗାଡ଼ି, ରାସ୍ତା ପାର କରାଇଲେ ଡିସିପିଙ୍କ ପିଏସଓ

ଭୁବନେଶ୍ୱର: ଭଲ ବ୍ୟବହାର ଏବଂ କର୍ତ୍ତବ୍ୟପରାୟଣ ପାଇଁ ବ୍ୟକ୍ତି ଚର୍ଚ୍ଚାକୁ ଆସିଥାଏ। ଏମିତି ଅନେକ ବାର କ୍ୟାମେରା ଲେନ୍ସରେ କିଛି ଆଗଧାଡ଼ିର ଲୋକଙ୍କ ଭଲ କର୍ମ ସାମ୍ନାକୁ ଆସିଛି। ନିରୀହ ଲୋକଙ୍କୁ ସାହାଯ୍ୟ କରୁଥିବାର ଭିଡିଓ ଭାଇରାଲ ହେବା ପରେ ସାହାଯ୍ୟ କରିଥିବା ବ୍ୟକ୍ତି  ଚର୍ଚ୍ଚା ଭିତରେକୁ ଆସିଥାନ୍ତି। ସେହିଭଳି ଆଜି ଭୁବନେଶ୍ୱରର ଡିସିପି ଉମାଶଙ୍କର ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି।

ରାମ ମନ୍ଦିର ଛକ ଟ୍ରାଫିକ ପୋଷ୍ଟ ପାଖରେ ଦୁଇଜଣ ଦୃଷ୍ଟି ବାଧିତ ଯୁବକ ରାସ୍ତା ପାର ହେବା ପାଇଁ ଅପେକ୍ଷା କରିଥିଲେ। ରାସ୍ତାରେ ଅଧିକ ଗାଡ଼ି ଯାଆ ଆସ କରୁଥିବା କାରଣରୁ ଦୁଇ ଦୃଷ୍ଟି ବାଧିତ ଯୁବକଙ୍କୁ ରାସ୍ତା ପାର ହେବାରେ ଅସୁବିଧା ହେଉଥିଲା। ଏମିତି ୨ଜଣକୁ ଦେଖି ଅଟକିଗଲା ଭୁବନେଶ୍ୱର ଡିସିପିଙ୍କ ଗାଡ଼ି। ଡିସିପି ଉମା ଶଙ୍କର ଅଫିସ ଅଫିସ ନଯାଇ ଆଗ ସାହାଯ୍ୟ ପାଇଁ ରାସ୍ତାରେ ଅଟକି ଯାଇଥିଲେ। ଗାଡ଼ି ଭିତରୁ ଡିସିପିଙ୍କ ଆଦେଶ ପାଇ ସହାୟତା ପାଇଁ ବାହାରି ଆସିଲେ ଡିସିପିଙ୍କ ଅଙ୍ଗରଖି।

ଅଙ୍ଗରକ୍ଷୀ  ଦୁଇ ଯୁବକକୁ ରାସ୍ତା ପାର କରାଇଥିଲେ। ଡିସିପିଙ୍କ ଗାଡି ଅଟକିବା ପରେ ରାସ୍ତା ରେ ଯାଉଥିବା ଲୋକ ବି କିଛି ସମୟ ପାଇଁ ଅଟକି ଯାଇଥିଲେ।

Latest Posts

Don't Miss