ବାନ୍ଧବୀଙ୍କ ମୋବାଇଲରୁ ପ୍ରମାଣ ଖୋଜୁଛି ସାଇବର ଥାନା ପୋଲିସ

ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଆଜେକ୍ସ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲରୁ ପ୍ରମାଣ ଖୋଜୁଛି ସାଇବର ଥାନା ପୋଲିସ । ଏଥିପାଇଁ ଖାରବେଳ ଥାନାରେ ଉଭୟଙ୍କ ମୋବାଇଲରୁ ଡିଜିଟାଲ ପ୍ରମାଣ ନେଉଛି । ଡିଜିଟାଲ ପ୍ରମାଣ ଖୋଜୁଛି ସାଇବର ଟିମ୍ । ଘଟଣା ସହ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି । ଖାରବେଳନଗର ଥାନା ପୋଲିସ ସବୁ ଆଙ୍ଗେଲରୁ ତଦନ୍ତ କରୁଥିବା ଡିସିପି କହିଛନ୍ତି । ଦୁଇଟି ଟିମ ତଦନ୍ତ କରୁଛନ୍ତି । ଗୋଟିଏ ଟିମ ଟେକ୍ନିକାଲ ପାର୍ଟ ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଟିମ୍ ପରିବାର ଲୋକ ଓ ବନ୍ଧୁ ବାନ୍ଧବମାନଙ୍କୁ ପଚରାଉଚରା କରୁଛି ।

ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ମାମଲାର ପର୍ଦାଫାସ ହେବ । ମୃତ୍ୟୁ ପୂର୍ବରୁ ପ୍ରେମିକାକୁ ଶେଷ ମେଲ୍ ଓ ଶେଷ କଲ୍ ସାମନାକୁ ଆସିଥିଲା । ଆତ୍ମହତ୍ୟା ପୂର୍ବରୁ ୯୭ସେକେଣ୍ଡ ଲାଗି ବାନ୍ଧବୀଙ୍କ ସହ କଥା ହୋଇଥିଲେ ଆଜେକ୍ସ । ଶନିବାର ସନ୍ଧ୍ୟାରେ କଣ କଥା ହୋଇଥିଲେ ସେ ନେଇ ତଦନ୍ତ କରୁଛି ଟିମ୍ । କାନ୍ଦି କାନ୍ଦି ବାନ୍ଧବୀଙ୍କଠାରୁ ବିଦାୟ ନେଇଥିଲେ ଆଜେକ୍ସ। ପ୍ରେମ ପାଇଁ ଜୀବନ ଦେଉଥିବା କହି ସୁଇସାଇଡ୍ କରିଥଲେ। ସେପଟେ ଦ୍ବିତୀୟ ବାନ୍ଧବୀଙ୍କ ପାଇଁ ଉଭୟଙ୍କ ସଂପର୍କ ଖରାପ ହୋଇଥିବା ପୋଲିସକୁ ବାନ୍ଧବୀ ଦେଇଥିବା ବୟାନକୁ ମିଛ ବୋଲି କହିଛନ୍ତି ପରିବାର ଲୋକ ।

ଶେଷ ଥର ପାଇଁ ବାନ୍ଧବୀ ଆଜେକ୍ସଙ୍କୁ ଭିଡିଓ କଲ୍‌ କରିଥିଲେ । ହେଲେ ଭିଡିଓ କଲ ଉଠାଇ ନଥିଲେ ଆଜେକ୍ସ । ଭିଡିଓ କଲ କରିବା ବେଳକୁ ଆଜେକ୍ସ ଆତ୍ମହତ୍ୟା କରିସାରିଥିବା ସନ୍ଦେହ କରୁଛି ପୋଲିସ । ଆଜି ଆଜେକ୍ସଙ୍କ ମୋବାଇଲ , ଲାପଟପ, ସୋସିଆଲ ମିଡିଆ ମେସେଜକୁ ସାଇବର ଟିମ୍‌ ତଦନ୍ତ କରିବ । ତଦନ୍ତ ଦିଗରୁ ଆଜେକ୍ସଙ୍କ କମ୍ପୁଟର ଓ ମେଲ ଆଇଡି ପାସୱାର୍ଡ ଚେଞ୍ଜ କରିଛି ପୋଲିସ ।