ଅର୍ଚ୍ଚନାଙ୍କ ଟ୍ରାଞ୍ଜାକସନ ଜଣିବାକୁ ଚିଠି ଲେଖିଲା କମିଶନରେଟ ପୋଲିସ

1 min read

ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା । ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବ୍ୟକ୍ତିଗତ ଫଟୋ ରଖି ବିଭିନ୍ନ ଲୋକଙ୍କୁ ବ୍ଲାକମେଲ କରୁଥିଲା ଅର୍ଚ୍ଚନା । ଖଣ୍ଡଗିରି ଥାନାରେ ଜଣେ ମହିଳାଙ୍କ ଏତଲା ଆଧାରରେ ତଦନ୍ତ ଚାଲିଛି । ଅର୍ଚ୍ଚନାଙ୍କ ନିକଟରୁ ଫୋନ, ଟାବଲେଟ୍, ଲ୍ୟାପଟପ, ପେନଡ୍ରାଇଭ, ପାସବୁକ ଜବତ ହୋଇଛି । ସମସ୍ତ ଜବତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଏଫଏସଏଲକୁ ପଠାଯାଇଛି ।

୫ବର୍ଷର ଟ୍ରାଞ୍ଜାକସନ ସଂପର୍କରେ ଜାଣିବାକୁ RBIକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଅର୍ଚ୍ଚନାଙ୍କ ନାଁରେ ଥିବା କମ୍ପାନୀ ବିଷୟରେ ଜାଣିବାକୁ ଉଦ୍ୟମ କରାଯାଉଛି । ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ନୋଟିସ ହୋଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ପଚରାଉଚରା କରାଯାଇନି । ତାଙ୍କ ସଂପତ୍ତିର ଖୋଳତାଡ଼ ଜାରିରହିଛି । ଭୂ-ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ଡିସିପି ।