ପୌର ପାଇଁ ପୋଲିସ ତତ୍ପର, ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ଅଣ୍ଟାଭିଡିଲା କମିଶନରେଟ୍ ପୋଲିସ୍ । ଆସନ୍ତା ୨୪ ରେ ପୌର ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ପୋଲିସ୍ । ୩୩ ନମ୍ବର ଓ୍ବାର୍ଡ଼ରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଉଭୟ ପକ୍ଷରୁ କିଛି ଲୋକ ଆହତ ହୋଇଛନ୍ତି ।

ନିଜେ ଭୁବନେଶ୍ୱର ଡିସିପି ଥାନାରେ ଉପସ୍ଥିତ ରହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି । ଯେଉଁମାନେ ଏଥିରେ ସଂପୃକ୍ତ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ନିଶା, ଗୁଣ୍ଡାଗର୍ଦ୍ଦି, ହିଂସାକୁ ପ୍ରତିହତ କରିବା ପାଇଁ ଆଜି ହଳଦି ପଡିଆ ବସ୍ତିରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି ।