ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ୍, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିସିପି ଓ ବିମାନ ବନ୍ଦର କର୍ତ୍ତୃପକ୍ଷ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଏୟାରପୋର୍ଟ ଅଥରିଟି । ହକି ବିଶ୍ୱକପ ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୪ ତାରିଖରୁ ଏୟାରପୋର୍ଟରେ ମୁତୟନ ହେବେ ୨ ପ୍ଲାଟୁନ୍ ଫୋର୍ସ । ଭୁବନେଶ୍ୱର ଏୟାରପୋର୍ଟ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ । ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯିବ ବୋଲି ଡିସିପି କହିଛନ୍ତି ।