spot_img

Latest Posts

ବିଦେଶୀ ଟିକା ପାଇଁ ସହଜ ହେଲା ରାସ୍ତା, ହେବନାହିଁ ଲୋକାଲ ଟ୍ରାଏଲ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା କିଛି ବିଶେଷ ଦେଶର ଅନୁମତି ପ୍ରାପ୍ତ କରୋନା ଟିକାକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିସିଜିଆଇ ଆମେରିକା,ଇଂଲଣ୍ଡ ଭଳି ଦେଶରେ ଅନୁମତି ପ୍ରାପ୍ତ କରୋନା ଟିକାର ଲୋକାଲ ଟ୍ରାଏଲ ପାଇଁ ଥିବା ବାଧ୍ୟବାଧକତାକୁ ହଟାଇ ଦେଇଛନ୍ତି। ଏହାର ଅର୍ଥ ହେଉଛି ବିଦେଶୀ କରୋନା ଭ୍ୟାକ୍ସିନ ଗୁଡିକୁ ଏବେ ଭାରତରେ ବ୍ରିଜିଂ ଟ୍ରାଏଲ ଦେଇ ଯିବାକୁ ପଡିବ ନାହିଁ। ବୁଧାବାର ଦିନ ଏସମ୍ପର୍କରେ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସୂଚନା ଦେଇଛନ୍ତି । ଦେଶରେ ଟିକା ଅଭାବ ଭିତରେ ଡିସିଜିଆଇର ଏହି ନିଷ୍ପତି ବିଦେଶରୁ ଟିକା ଯୋଗାଣକୁ ସହଜ କରିବ । ସୂଚନାଯୋଗ୍ୟ ଯେ, ଫାଇଜର ଓ ମଡର୍ଣ୍ଣା ଭଳି ବିଦେଶୀ ଟିକା କମ୍ପାନୀ ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଥିଲେ ।

କେଉଁ ସଂସ୍ଥାଠାରୁ ମଞ୍ଜୁରୀ ପ୍ରାପ୍ତ ଭ୍ୟାକ୍ସିନକୁ ମିଳିବ ରିହାତି ?
USFDA,EMA,UK MHRA,PMDA ,ଜାପାନ କିମ୍ବା WHO ଦ୍ୱାରା ଜରୁରୀକାଳିନ ବ୍ୟବହାର ପାଇଁ ଯେଉଁ ସବୁ ଭ୍ୟାକ୍ସିନକୁ ଅନୁମତି ମଳିଛି ସେଗୁଡିକୁ ଭାରତରେ ବ୍ରିଜିଂ ଟ୍ରାଏଲ ନକରିବାକୁ ଅନୁମତି ମିଳିଛି । ଏଥିରେ ସେହି ସବୁ ଟିକା ମଧ୍ୟ ସାମିଲ ଅଛନ୍ତି ଯାହାକୁ ବିଦେଶରେ ଆଗରୁ ଲକ୍ଷାଧିକ ଲୋକ ନେଇ ସାରିଛନ୍ତି । ଡିସିଜିଆଇର ବିଜି ସୋମାନି କହିଛନ୍ତି ଯେ, ନ୍ୟାସନାଲ ଗ୍ରୁପ୍ ଅନ୍ ଭ୍ୟାକ୍ସିନ ଆଡମିନିଷ୍ଟ୍ରେସନ୍ (NEGVAC)ର ସୁପାରିସ ଆଧାରରେ କରାଯାଇଛି ।

ଆଗରୁ କ’ଣ ଥିଲା ବ୍ୟବସ୍ଥା ?
ଆଗରୁ କୌଣସି ଟିକାକୁ ଭାରତରେ ବିକ୍ରି କରିବାକୁ ହେଲେ ଲୋକାଲ କ୍ଲିନିକାଲ ଟେଷ୍ଟ୍ ବା ବ୍ରିଜିଂ ଷ୍ଟଡିଜ୍ ଦେଇ ଯିବାକୁ ପଡୁଥିଲା । ଏହା ଅନ୍ତର୍ଗତରେ ଭାରତୀୟଙ୍କ ଠାରେ ପରିକ୍ଷାମୁଳକ ଭାବେ ଟିକା ଲଗା ଯାଉଥିଲା । ଟିକାର ପ୍ରଭାବ କ’ଣ ରହୁଛି ତାହା ଦେଖାଯାଉଥିଲା । ଟିକା ସୁରକ୍ଷିତ ବୋଲି ଅଧ୍ୟୟନରୁ ଜଣା ପଡିଲା ପରେ ଏହାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳୁଥିଲା । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ବିରୋଧରେ ଭ୍ୟାକ୍ସିନ ଅର୍ଡର ଜାରି କରିବାରେ ବିଳମ୍ବର ଅଭିଯୋଗ ଆସୁଥିଲା । ସରକାର ନିଜ ନୀତିର ସମର୍ଥନରେ କହିଥିଲେ ଯେ, ଫାଇଜର, ଜନସନ୍ ତଥା ମଡର୍ଣ୍ଣା ସହିତ ୨୦୨୦ରୁ ନୂଆଦିଲ୍ଲୀ ସମ୍ପର୍କରେ ଅଛି ।

ସରକାର ପ୍ରତିଷ୍ଠିତ ବିଦେଶୀ ଟିକା କମ୍ପାନୀଙ୍କୁ ଲୋକାଲ ଟ୍ରାଏଲରୁ ରିହାତି ଦେଇଥିଲେ । ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ବିରୋଧରେ ପର୍ଯ୍ୟାପ୍ତ ଭ୍ୟାକ୍ସିନ ଯୋଗାଇ ନଦେବାର ଅଭିଯୋଗ କରିଥିଲେ । ବର୍ତ୍ତମାନ ଭାରତରେ କୋଭାକ୍ସିନ୍,କୋଭିସିଲ୍ଡ ଓ ସ୍ପୁଟନିକ୍ ଭିର ବ୍ୟବହାର ହେଉଛି ।

Latest Posts

Don't Miss