କୋଭିଡ ଟିକା କୋଭୋଭାକ୍ସକୁ ଗ୍ରୀନ୍ ସିଗନାଲ, ୭ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ ଟିକା

1 min read

ନୂଆଦିଲ୍ଲୀ: କୋଭିଡ ଟିକା କୋଭୋଭାକ୍ସକୁ ଗ୍ରୀନ୍ ସିଗନାଲ । ପିଲାଙ୍କ ପାଇଁ ତୃତୀୟ ଟିକାକୁ ମିଳିଲା ଅନୁମତି । ୭ ରୁ ୧୧ ବର୍ଷ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାକୁ ଅନୁମୋଦନ କରିଛି ଏକ୍ସପର୍ଟ ପ୍ୟାନେଲ । ଏକ୍ସପର୍ଟ ପ୍ୟାନେଲ ନିଷ୍ପତ୍ତିରେ ମୋହର ପାଇଁ ଡିସିଜିଆଇକୁ ପଠାଯାଇଛି । ଏପ୍ରିଲରେ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି ଦେଇଥିଲା ଡିସିଜିଆଇ । ଜାଇକୋଭ-ଡିକୁ ମଧ୍ୟ ଡିସିଜିଆଇ ଅନୁମତି ଦେଇଛି ।