୧୨-୧୭ ବର୍ଷ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାକୁ ମଞ୍ଜୁରି
1 min read
ନୂଆଦିଲ୍ଲୀ : ଦେଶର ୧୨-୧୭ ବର୍ଷର ପିଲାଙ୍କ ଲାଗି ନୂଆ କରୋନା ଟିକା ମିଳିଛି । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଜିଆଇ) ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର କୋଭୋଭାକ୍ସ ଟିକାକୁ ମଞ୍ଜୁରି ଦେଇଛନ୍ତି । ଶୁକ୍ରବାର ବସିଥିବା ଏନଟିଏଜିଆଇର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ତେବେ ୫-୧୨ ବର୍ଷର ଶିଶୁଙ୍କ ଟିକାକରଣ ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ସୂଚନା ମିଳିଛି । ଅନ୍ୟ ଦେଶ ଦ୍ବାରା କରୋନା ଟିକା କୋର୍ବେଭାକ୍ସର ମଞ୍ଜୁରି ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିବାକୁ ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ଶିଶୁଙ୍କ ପାଇଁ ୩ଟି କରୋନା ଟିକାକୁ ଅନୁମତି ଦିଆଯାଇଛି ।
