ଡିଆରଡିଓର କରୋନା ଔଷଧ ଖାଇଲେ ଦରକାର ପଡିବନି ଅକ୍ସିଜେନ

1 min read

ଡିଆରଡିଓର କରୋନା ଔଷଧକୁ ଅନୁମତି ଦେଲା ଡିସିଜିଆଇ । କରୋନା ସଂକ୍ରମଣର ବଢୁଥିବା ଗତିକୁ ଦେଖିି ଶନିବାର ଦିନ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଡ୍ରଗ କଣ୍ଟ୍ରୋଲରଙ୍କ ତରଫରୁ ଡିଆରଡିଓଙ୍କ ଦ୍ୱାରା ପ୍ରସ୍ତୁତ କରୋନା ଔଷଧକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଯାଇଛି । ଏହି ଔଷଧ ବର୍ତମାନ କ୍ଲିନିକାଲ ଟ୍ରାଏଲରେ ସଫଳ ମଧ୍ୟ ହୋଇଛି । ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଅଲାୟଡ ସାଇନ୍ସେସ୍ ଏବଂ ହାଇଦ୍ରାବାଦ ସେଣ୍ଟର ଫର୍ ସେଲ୍ୟୁଲାର ଏବଂ ମଲିକ୍ୟୁଲର ବାୟୋଲୋଜୀ ସହିତ ମିଶି ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଦା ଏହି ଔଷଧକୁ 2-deoxy-D-glucose (2-DG)  ନାଁରେ ନାମକରଣ ମଧ୍ୟ କରାଯାଇଛି । ଏହି ସବୁ ଔଷଧକୁ ପ୍ରସ୍ତୁତ କରିବା ପାଇଁ ହାଇଦ୍ରାବାଦର ଡକ୍ଟର.ରେଡ୍ଡୀ ଲେବ୍ରୋଟିଜ୍‌ଙ୍କୁ ଦିଆଯାଇଛି । ଯେଉଁ ରୋଗୀଙ୍କ ଉପରେ ଏହାର ଟ୍ରାଏଲ କରାଯାଇଛି ।

ସେମାନଙ୍କ ଭିତରେ ଶିଘ୍ର ଭଲ ହେବାର ଲକ୍ଷଣ ଦେଖାଯାଇଛି । ତାସହ ସେହି ରୋଗୀ ମାନଙ୍କୁ ଅକ୍ସିଜେନର ଆବଶ୍ୟକତା ମଧ୍ୟ ଖୁବ୍ କମ୍ ପରିମାଣରେ ପଡୁଛି । ତେଣୁକରି ଦାବା କରାଯାଉଛି ଯେ ଏହି ଔଷଧ ନେଲେ ଅକ୍ସିଜେନର ଅଭାବକୁ ବି ନିୟନ୍ତ୍ରଣ କରିହେବ ତାସହ ରୋଗୀମାନେ ଶିଘ୍ର କରୋନା ପଜିଟିଭ୍‌ରୁ ନେଗେଟିଭ୍ ହୋଈପାରିବେ । ଡିଆରଡିଓର ବୈାଜ୍ଞାନିକ ମାନେ ଏହି ଔଷଧକୁ ନେଇ ୨୦୨୦ରୁ ପରୀକ୍ଷା ଆରମ୍ଭ କଲେଣି । ଆଉ ଏହି ଔଷଧର ୨ୟ ଟ୍ରାଏଲ ପରେ ବର୍ତ୍ତମାନ ଏହାକୁ ମଂଜୁରୀ ମିଳିପାରିଛି ।  ୧୧୦ ଜଣ ରୋଗୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିବା ବେଳେ ୬ଟି ଡାକ୍ତରଖାନାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଫଳାଫଳ ଭଲ ଆସିବା ପରେ ଏବେ ଏହାର ବ୍ୟବହାରକୁ ଅନୁମତି ଦିଆଯାଇଛି | ଏହି ଔଷଧ ପାଉଡର ରୂପେ ରହିଥାଏ,ଯାହାକୁ ପାଣିରେ ମିଶାଇ ରୋଗୀଙ୍କୁ ପିଇବାକୁ ଦିଆଯାଏ । ଏହି ଔଷଧର ଖାସ୍ କଥା ହେଉଛି ଭାଇରସ୍ ଦ୍ୱାରା ସଂକ୍ରମିତ କଣିକାକୁ ଚିହ୍ନଟ କରିଥାଏ ଓ ତା ବିରୁଦ୍ଦରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ତେଣୁକରି ଏହିଭଳି ଜଟିଳ ସ୍ଥିତିରେ ଡିଆରଡିଓ ଦ୍ୱାରା ନିର୍ମିତ ଏହି ଔଷଧ ଫଳପ୍ରଦ ବୋଲି ଜଣାପଡୁଛି ।

Leave a Reply