IPL 2023: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଗୁଜରାଟ ଟାଇଟନ୍ସ। ଦିଲ୍ଲୀ ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ଠୁ ପରାଜିତ ହୋଇଥିବାରୁ ଏଥର ନୂଆ ରଣନୀତି ନେଇ ଖେଳିବାକୁ ଯିବ। ଅନ୍ୟପଟେ ବିଜୟ ଖାତା ଖୋଲିସାରିଥିବା ଟାଇଟନ୍ସ ଫର୍ମ ବଜାୟ ରଖିବାକୁ ପ୍ରସ୍ତୁତ ହେଉଛି।
ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିନ୍ନ ଆହ୍ବାନ ଦେଇପାରନ୍ତି। ଆଲଜାରି ଯୋସେଫ, ୟଶ ଦୟାଲ ଓ ରସିଦ୍ ଖାନ୍ଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ବ୍ୟାଟରଙ୍କୁ ସତର୍କ ହୋଇ ଖେଳିବାକୁ ପଡ଼ିବ। ଅନ୍ୟପଟେ ରିପଲ ପଟେଲ, ଲଳିତ ଯାଦବ ଓ ଅମନ ହାକିମ ଖାନ୍ ଘରୋଇ କ୍ରିକେଟ୍ରେ ଭଲ ଖେଳାଳି ।
ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମନ ଗିଲ୍, ରିଦ୍ଧିମାନ ସାହା (ୱିକେଟ୍ କିପର), ବିଜୟ ଶଙ୍କର, ଓଡେନ୍ ସ୍ମିଥ୍, ରାହୁଲ ତିୱାତିଆ, ରସିଦ ଖାନ୍, ମହମ୍ମଦ ସାମି, ଜୋସ୍ ଲିଟିଲ୍, ୟଶ ଦୟାଲ, ଆଲଜାରି ଯୋସେଫ୍ ଓ ସାଇ ସୁଦର୍ଶନ ।
ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ସ’, ରିଲି ରୁସୋ, ମିଚେଲ ମାର୍ଶ, ସର୍ଫରାଜ ଖାନ୍ (ୱିକେଟ୍ କିପର), ରୋଭମାନ ପାୱେଲ, ଅକ୍ଷର ପଟେଲ, ଖଲିଲ ଅହମ୍ମଦ, କୁଲଦୀପ ଯାଦବ, ଚେତନ ସାକାରିଆ, ମୁକେଶ କୁମାର ଏବଂ ଅମନ ଖାନ୍