ମେକ୍ ଇନ୍ ଇଣ୍ଡିଆ ଆପ୍ ଚ୍ୟାଲେଞ୍ଜ ଆରମ୍ଭ କଲେ ସରକାର, ଜାଣନ୍ତୁ କେଉଁ ପ୍ରକାରର ଆପ୍ ଉପରେ ରହିଛି ନଜର

Days after banning Chinese apps, govt announces 'Make in India' app innovation challenge for local start-ups.

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଓ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଉଥିବା କାରଣ ଦର୍ଶାଇ ଭାରତ ଚାଇନାର ୫୯ ଆପକୁ ବ୍ୟାନ କରିଛି । ତେବେ ବ୍ୟାନ କରିବା ପରେ ଭାରତୀୟ ବଜାରରେ ଏହାର ବିକଳ୍ପର ଆବଶ୍ୟକତା ମଧ୍ୟ ଅନୂଭୁତ ହେଲାଣି । ଏଣୁ ବ୍ୟାନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଦେଶରେ ସେଗୁଡିକର ବିକଳ୍ପ ପ୍ରସ୍ତୁତ କରିବା । କେନ୍ଦ୍ର ସରକାର ମଧ୍ୟ ଏହି ଆଭିମୁଖ୍ୟ ସହ ସମର୍ଥନ ଜଣାଇଛନ୍ତି । ସରକାରଙ୍କ ତରଫରୁ ଏକ ମେକ୍ଇନ୍ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରଯାଇଛି । ଦେଶ ମଧ୍ୟରେ ସମସ୍ତ ଆଇଟି ଉଦ୍ୟୋଗ ପ୍ରତିଦ୍ୱନ୍ଦିତାକୁ ଆସିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି ।

ତେବେ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ସାଇଟରେ ଏନେଇ ଏକ ଫଟୋ ପୋଷ୍ଟ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଯାଇଛି । ସୂଚନା ଅନୁଯାୟୀ ସରକାର ୮ଟି ଶ୍ରେଣୀର ଆପ୍ ବିକଶିତ କରିବା ପାଇଁ ଆଇଟି ଫାର୍ମମାନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଶ୍ରେଣୀଗୁଡିକ ହେଲେ- ସ୍ୱାସ୍ଥ୍ୟ, ଗେମିଂ, ନ୍ୟୁଜ୍, କୃଷି, ଶିକ୍ଷା, ମନୋରଞ୍ଜନ, ସାମାଜିକ ଗଣମାଧ୍ୟମ ଓ ଉଦ୍ୟୋଗ ସହ ସଂପୃକ୍ତ ଆପ୍  ।

ଉଲ୍ଲେଖଯୋଗ୍ୟ ଯେ ଚାଇନା ଆପ୍ ଦେଶରେ ବ୍ୟାନ ହେବା ପରେ ଅନେକ ଭାରତୀୟ ଆପ୍ ସମୟକ୍ରମେ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ଏଭଳି ଅନେକ ଆପ୍ ଯାହା ଚୀନ୍ ଆପର ଲୋକପ୍ରିୟତା ଚାପରେ ଦବି ଯାଇଥିଲା, ସେଗୁଡିକ ଏବେ ସାଧାରଣ ଲୋକଙ୍କ ନଜରକୁ ଆସୁଛି । ଏହାର ସୁଯୋଗ ନେଇ ସରକାର ସେହି ଆପ୍ ଡେଭଲପରଗୁଡିଙ୍କୁ ଅଧିକ ପ୍ରୋତ୍ସାହିତ କରିବା ସହ ନୂଆ ଆଇଟି ଉଦ୍ୟୋଗକୁ ଆପ୍ ନିର୍ମାଣ ପାଇଁ ସୁଯୋଗ ଦେବାକୁ ଚାହୁଁଛି ।  

Leave a Reply