ଦିନରେ ଶୋଇଲେ ମିଳିଥାଏ ଜବରଦସ୍ତ ଫାଇଦା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ସାଧାରଣ ଭାବରେ ସମସ୍ତେ ଭାବନ୍ତି ଦିନରେ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଦିନରେ ଶୋଇବା ପାଇଁ ମଧ୍ୟ ସମୟ ମିଳେ ନାହିଁ । କିନ୍ତୁ ଏହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଦିନରେ ଶୋଇବା ଦ୍ୱାରା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ବାସ୍ତବରେ ଗତ ବର୍ଷ ହୋଇଥିବା ଏକ ଗବେଷଣାରେ କୁହାଯାଇଥିଲା କି, ଯେଉଁମାନେ ଦିନରେ ଶୋଇଥାନ୍ତି ସେମାନଙ୍କ ହୃତପିଣ୍ଡ ଅନ୍ୟ ମାନଙ୍କ ତୁଳାନାରେ ଅଧିକ ସୁସ୍ଥ ରହିଥାଏ ।
ଗବେଷଣା ଅନୁସାରେ ଦିନରେ କିଛି ସମୟ ପାଇଁ ଶୋଇବା ଦ୍ୱାରା ହୃଦଘାତ, ହାର୍ଟ ଫେଲ ଏବଂ ଷ୍ଟ୍ରୋକ ଭଳି ରୋଗଠାରୁ ଦୂରେଇ ରହିହେବ । ଏହି ଗବେଷଣା ବି.ଏମ.ଯେ ଜର୍ନାଲ ହାର୍ଟରେ ପ୍ରକାଶିତ ହୋଇଥିଲା । ଏହି ଅଧ୍ୟୟନର ମୁଖ୍ୟ ଲେଖକ ନାଦିନ ହୌସ୍ଲର । ସେ ସ୍ୱିଜରଲ୍ୟାଣ୍ଡର ଲାଉସାନେ ୟୁନିଭର୍ସିଟି ହସ୍ପିଟାଲର ଡିପାର୍ଟମେଣ୍ଟରେ କାମ କରନ୍ତି । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି କି ଦିନରେ ଅଧିକ ସମୟ ଶୋଇବା ଶରୀର ପକ୍ଷେ କ୍ଷତିକାରକ । ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ । ତେବେ ଦିନରେ କେତେ ସମୟ ଶୋଇବା ଶରୀର ପାଇଁ ଲାଭଦାୟକ ତାହାର କୌଣସି ସୂଚନା ଗବେଷକଙ୍କ ତରଫରୁ ମିଳିନାହିଁ ।