ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ସପକ୍ଷରେ ନୂଆ ସଭାପତି ସୌରଭ୍ ଗାଙ୍ଗୁଲି

1 min read

ଆସନ୍ତା ଦିନରେ ପାକିସ୍ତାନ ବିପକ୍ଷରେ ଭାରତ କ୍ରିକେଟ୍‌ ଖେଳିବ କି ନାହିଁ । ଉଭୟ ଦେଶ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହେବ କି ନାହିଁ । ଏ ନେଇ ନୂଆ ବିସିସିଆଇ ସଭାପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ସୌରଭ୍ ଗାଙ୍ଗୁଲି କହିଛନ୍ତି। ଦୁଇ ଦେଶରେ ବହୁ ପ୍ରସଙ୍ଗରେ ମତାନ୍ତର ରହିଛି ତେଣୁ ଏହାକୁ ଏତେ ହାଲକା ଭାବରେ ନିଆଯାଇ ପାରିବ ନାହିଁ ବୋଲି ସୌରଭ୍ କହିଛନ୍ତି । ତେଣୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଯାହା କିଛି ନିଷ୍ପତ୍ତି ନେବେ ବିସିସିଆଇ ସେହି ଅନୁସାରେ କାର୍ଯ୍ୟ କରିବ ବୋଲି ସୌରଭ୍ କହିଛନ୍ତି ।

ସେପଟେ ଭାରତୀୟ କ୍ରିକେଟ୍‌ପ୍ରମୀଙ୍କ ପାଇଁ ଭଲ ଖବର। ଏଣିକି ଭାରତ ଖେଳିବ ଡେ-ନାଇଟ ଟେଷ୍ଟ ସିରିଜ୍ । ଏହା ହିଁ ବିଶ୍ବ କ୍ରିକେଟ୍‌ର ଭବିଷ୍ୟତ ବୋଲି କହିଛନ୍ତି ନୂଆ କରି ବିସିସିଆଇର ସଭାପତି ହୋଇଥିବା ସୌରଭ୍ ଗାଙ୍ଗୁଲି। ଏହି ଡେ ନାଇଟ ଟେଷ୍ଟ ମ୍ୟାଚ୍ ବେଳେ ରେଡ୍‌ ବଲ୍‌ରେ ନୁହେଁ ପିଙ୍କ୍‌ ବଲ୍‌ରେ ଖେଳା ଯିବ । ପୂର୍ବରୁ ୨୦୧୮-୧୯ରେ ଅଷ୍ଟ୍ରେଲିଆର ଆଡିଲେଡରେ ପିଙ୍କ୍‌ ବଲ୍‌ରେ ଡେ-ନାଇଟ୍‌ ମ୍ୟାଚ୍‌ ପାଇଁ ଅନୁରୋଧ କରାଯାଇଥିଲେ ବି ଭାରତ ଏଥିରେ ରାଜି ହୋଇନଥିଲା । ସେତେବେଳେ ବର୍ଡର ଗାଭାସ୍କର ଟ୍ରଫି ଖେଳାଯାଉଥିଲା ।

ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଡେ-ନାଇଟ୍ ମ୍ୟାଚ୍ ଖେଳିବାକୁ ବିସିସିଆଇ ରାଜି ହୋଇପାରେ। ପିଙ୍କ ବଲରେ ସବୁ ଦେଶର ଟିମ୍‌ ଖେଳିବା ଉଚିତ ବୋଲି ସୌରଭ୍‌ ଗାଙ୍ଗୁଲି କହିଛନ୍ତି । ଡେ-ନାଇଟ ଟେଷ୍ଟ ମ୍ୟାଚ୍‌ ପାଇଁ ସମସ୍ତଙ୍କ ସହ ଆଲୋଚନା କରିବେ ଗାଙ୍ଗୁଲି । ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ମଧ୍ୟ ଡେ-ନାଇଟରେ ହେବ କାରଣ ଆଡିଲେଡ ଏଥର ହୋଷ୍ଟିଂ ଷ୍ଟାଡିୟମ୍ ରହିଛି । ଉଭୟ ଟେଷ୍ଟ ଓ ଦିନିକିଆରେ ଭାରତ ଏବେ ଭଲ ଫର୍ମରେ ରହିଛି ଯାହାପାଇଁ ଏହି ଟେଷ୍ଟ ମ୍ୟାଚ୍ ଭାରତର ପ୍ରଭାବୀ ପ୍ରଦର୍ଶନ ଆଶା କରାଯାଉଛି । ')}

Leave a Reply