ବଢ଼ୁଛି ସଂକ୍ରମଣ, ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

Day Curfew May Impose In Odisha Says Assembly Speaker

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଚେକ୍ ଦେବାକୁ ଲାଗୁ ହୋଇପାରେ କର୍ଫ୍ୟୁ । ୩ରୁ ୪ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ସରକାର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।

Day Curfew May Impose In Odisha Says Assembly Speaker

ତେବେ ଦିନ ବେଳା କର୍ଫ୍ୟୁ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରି ନିଷ୍ପତ୍ତି ନେବେ । ଲୋକ କରୋନା କଟକଣା ସହ ନିୟମ ପାଳନ କରିବାକୁ ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଦିନ ବେଳା କର୍ଫ୍ୟୁ ଲାଗୁ ନେଇ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆ ଯାଇନାହି । ବର୍ତ୍ତମାନ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ବାଚସ୍ପତି ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଛନ୍ତି ।

Day Curfew May Impose In Odisha Says Assembly Speaker

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଯାହାକି ୨୦୨୧ ବର୍ଷର ସର୍ବାଧିକ ସଂକ୍ରମଣ ମାମଲା । ଏହା ବାଦ୍ ଗତ ୩ ଦିନ ଧରି ରାଜ୍ୟରେ ଲଗାତାର ଦୈନିକ ସଂକ୍ରମଣ ୪୦୦ ଉପରେ ରହୁଛି । ଏଯାବତ୍ ରାଜ୍ୟରେ ୩ ଲକ୍ଷ ୪୨ ହଜାର ୬୯୫ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩୦୮୫ଟି ସକ୍ରିୟ ସଂକ୍ରମଣ ମାମଲା ଥିବାବେଳେ ୧୯୨୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply