spot_img

Latest Posts

ପଶ୍ଚିମବଙ୍ଗରୁ ଅନ୍ଯରାଜ୍ଯକୁ ଆଳୁ ରପ୍ତାନି ବନ୍ଦ

କୋଲକାତା : ପଶ୍ଚିମବଙ୍ଗରୁ ଅନ୍ଯରାଜ୍ଯକୁ ଆଳୁ ରପ୍ତାନି ବନ୍ଦ। ଏନେଇ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଚଳିତ ବର୍ଷ ରାଜ୍ଯରେ ଯେଉଁ ପରିମାଣର ଆଳୁ ଉତ୍ପାଦନ ହେବା କଥା ତାହା ହୋଇନାହିଁ। ଫଳରେ ପର୍ଯ୍ଯାପ୍ତ ଆଳୁ ଉତ୍ପାଦନ କରୁଥିବା ପଶ୍ଚିମବଙ୍ଗରେ ଆଳୁ ଦର ବଢିଛି। ପୂର୍ବ ବର୍ଦ୍ଧମାନ ଓ ହୁଗୁଳୀ ଜିଲ୍ଲାର ତାଡକେଶ୍ୱର୍ ଆଳୁ ଚାଷ ପାଇଁ ସାରା ଭାରତ ବର୍ଷ ସହିତ ଏସିଆ ରେ ପ୍ରସିଦ୍ଧି ଲାଭ କରିଛି।

ପଶ୍ଚିମବଙ୍ଗରୁ ଆଳୁ ମୁଖ୍ଯତଃ ଓଡିଶା ସମେତ ଝାଡଖଣ୍ଡ, ତ୍ରିପୁରା, ଆସାମ, ସିକ୍କିମ, ମଣିପୁର, ନାଗାଲାଣ୍ଡ, ବଙ୍ଗଳାଦେଶ, ନେପାଳ ଓ ଭୁଟାନକୁ ଆଳୁ ରପ୍ତାନି ହୋଇଥାଏ। ଉତ୍ପାଦନ ଅଭାବରୁ ଚଳିତ ବର୍ଷ ରାଜ୍ଯରେ ଆଳୁ କେଜି ପିଛା ୨୫ରୁ ୩୦ ଟଙ୍କା ରହିଛି।

ଆଜି ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଝାଡଖଣ୍ଡ ଯାଉଥିବା ବେଳେ ପଶ୍ଚିମ ବଙ୍ଗ ପୋଲିସ ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ସୀମାନ୍ତ ରେ ବହୁ ଟ୍ରକ ଆଳୁ ଗାଡି କୁ ଅଟକାଇଥିବା ସୂଚନା ମିଳିଛି।

Latest Posts

Don't Miss