spot_img

Latest Posts

ଏକ ମାସ ପରେ ଡ୍ୟୁଟିରୁ ଫେରିଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ମନର ଆବେଗ ଉପରେ କରୋନା ଏବେ ଲଗାମ ଲଗାଇଛି। ଏହାର ସଦ୍ୟତମ ଉଦାହରଣ ଆମେରିକାର ଓ୍ବାଶିଂଟନରେ ଦେଖିବାକୁ ମିଳିଛି।

ଏକ ମାସ ଧରି ଡ୍ୟୁଟିରେ ଥିବା ଜଣେ ନର୍ସ ଗୁରୁବାର ଘରକୁ ଫେରିଥିଲେ। ତାଙ୍କ ମା’ ଖୁସିରେ ଝିଅଙ୍କୁ ଆଲିଙ୍ଗନ କରିବାକୁ ଦୌଡ଼ି ଆସିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ମା’ ଝିଅଙ୍କ ଊପରେ ଏକ ଚାଦର ଗୁଡ଼ାଇ ପରେ ତାଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ୨୮ ବର୍ଷ ବୟସ୍କା କେଲ୍ସି ଫେର ଆମେରିକା ଓହିଓ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି।

ତେବେ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନେବା ପାଇଁ ସେ ଘରକୁ ଆସିଥିଲେ। ଏତେଦିନ ପରେ ଝିଅଙ୍କୁ ଦେଖି ମା’ ଚେରିଲ୍‌ ନୋର୍ଟନ ଆନନ୍ଦରେ ଅଧିର ହୋଇ ପଡ଼ିଥିଲେ। କିନ୍ତୁ ସୁରକ୍ଷା ସଚେତନତାକୁ ସେ ଭୁଲି ନ ଥିଲେ। ତେଣୁ କେଲ୍ସିଙ୍କ ଉପରେ ଏକ ଚାଦର ଗୁଡ଼ାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏବେ ମା-ଝିଅଙ୍କୁ ଆଲିଙ୍ଗନ କରୁଥିବାର ଫଟୋ ସୋସିଆଲ୍‌ ମିଡ଼ିଆର ଭାଇରାଲ ହେବାରେ ଲାଗିଛି ।

Latest Posts

Don't Miss