ଶ୍ୱଶୁରଙ୍କୁ ନିସ୍ତୁକ ପିଟି ମାରିଦେବା ପରେ ପୋଡ଼ିଦେଲେ ବୋହୂ ଓ ତାଙ୍କ ସମ୍ପର୍କୀୟ

କୋରାପୁଟ: ଶ୍ବଶୁରଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟି ମାରିବା ପରେ ବୋହୂ ଓ ବୋହୂର ସମ୍ପର୍କୀୟ ମାନେ ଶ୍ବଶୁରକୁ ପୋଡି ଦେଇଛନ୍ତି । ଏଭଳି ଏକ ଛାତି ଥରା ଲୋମ ଟାଙ୍କୁରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଉପରକୁଟିଙ୍ଗା ଗାଁରେ । ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ୬୦ ବର୍ଷୀୟ କୃଷ ମଣିଆକ୍କା । ଏହି ଘଟଣା ଏତେ ବର୍ବରୋଚିତ ଯେ ତାର ତାହା ଜଣଙ୍କ ପକ୍ଷରେ ଦେଖିବା ସମ୍ଭବ ନୁହେଁ ।

ସେ ଦୃଶ୍ୟ ଦେଖିଲେ ଦୁର୍ବଳ ହୃଦୟର ମଣିଷର ହୃତକ୍ରିୟା ବନ୍ଦ ହୋଇଯିବ । ବୟସ୍କ ଶ୍ବଶୁର କୃଷ ମଣିଆକ୍କାକୁ ଖୁଣ୍ଟରେ ବାନ୍ଧି ଗୋରୁ ଗାଇଙ୍କୁ ପିଟିଲା ଭଳି ମରାଯାଉଥିଲା ମାଡ଼ । ଏପରିକି ନିର୍ଧୁମ ମାଡ଼ରେ ଶ୍ବଶୁର ମରିସାରିଥିଲେ ମଧ୍ୟ ପିଶାଚୀ ବୋହୂ ସଙ୍ଗୀତା ମଣିଆକ୍କାର ମନ ବୁଝୁନଥିଲା । ଆଉ ସେ ପିଟି ଚାଲିଥିଲା ନିସ୍ତେଜ ହୋଇଯାଇଥିବା ଶ୍ବଶୁର କୃଷ ମଣିଆକ୍କାକୁ । ଲହୁ ଲୁହାଣ ଶବକୁ ମଧ୍ୟ ଛାଡି ନଥିଲେ ବୋହୂର ସମ୍ପର୍କୀୟ ।

ଏଭଳି ଘଟଣା ଘଟୁଥିଲେ ମଧ୍ୟ ଦେଖଣାହାରୀ ସାଜିଥିଲେ ଗାଁ ଲୋକେ । ମାଡ଼ ଖାଉଥିବା ବୃଦ୍ଧଙ୍କୁ ବଞ୍ଚାଇବା ବଦଳରେ ମଜାନେଇ ସମ୍ପୂର୍ଣ୍ଣ ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରୁଥିଲେ । ସତେ ଯେମିତି ହଜି ଯାଇଥିଲା ମାନବିକତା । ସତେ ଯେମିତି ଚାଲିଥିଲା ଜଙ୍ଗଲି ରାଜ । ଲକ୍ଷ୍ମୀପୁର ଥାନା ପୋଲିସ ବୋହୁକୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରହିଛି ।