ସୀମା ଲଂଘିଲା ପିତୃତ୍ୱ, ପିସ୍ ପିସ୍ କରି କାଟିଦେଲା ଝିଅ

Patna Conspiracy Was Hatched To Kill Bengal BJP Leader Manish Shukla In Beur Jail

ମହାରାଷ୍ଟ୍ର:ମାହିମ ସମୁଦ୍ର ତଟରେ ଏକ ସୁଟ୍‌କେସ୍‌ରୁ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଚାରି ଦିନ ପରେ ସେମାନଙ୍କୁ ଗିରଫ କରିଛି ମୁମ୍ୱାଇ ପୋଲିସ ।

ତଦନ୍ତ ଅଧିକାରୀମାନଙ୍କ କହିବାହେଲା ଯେ, ମୃତକ ହେଉଛନ୍ତି ୫୯ ବର୍ଷୀୟ ବେନେଟ୍‌ ରେବେଲୋ । ତାଙ୍କୁ ୧୯ ବର୍ଷୀୟ ଯୁବତୀ ଓ ତା’ର ୧୬ ବର୍ଷୀୟ ପ୍ରେମିକ ମିଶି ହତ୍ୟା କରିଛନ୍ତି ।

ଘଟଣାନୁଯାୟୀ, ଅଭିଯୁକ୍ତ ଯୁବତୀଙ୍କୁ ୨ ବର୍ଷ ତଳେ ତାଙ୍କ ବାପା ମା’ ତାକୁ ଘରୁ ବାହାର କରିଦେଇଥିଲେ । ଗିଟାର ବାଦକ୍‌ ବେନେଟ୍ ରେବେଲୋ ଯୁବତୀଙ୍କୁ ଆଣି ତାଙ୍କ ସହ ରଖିଥିଲେ ।

ସାହି ପଡ଼ିଶାଙ୍କୁ ଯୁବତୀ ଜଣଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିବା କହିଥିଲା ରିବେଲୋ । କିନ୍ତୁ ନିଜକୁ ଝିଅର ବାପା ବୋଲି ପରିଚୟ ଦେଉଥିବା ରେବେଲୋ ଥିଲା ଜଣେ ପିପାସୁ । ସେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏଥିସହ ଯୁବତୀ ଜଣଙ୍କ ଅନ୍ୟ ଜଣେ ନାବାଳକ ସହ ଥିବା ପ୍ରେମ ସମ୍ପର୍କକୁ ଗ୍ରହଣ କରିନଥିଲା ରିବେଲୋ । ଏଣୁ ତାକୁ ମାରିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯୁବତୀ ଓ ତା’ର ପ୍ରେମିକ ।

ପ୍ରଥମେ ରିବେଲୋକୁ ଲୁହା ଛଡ଼ରେ ପିଟି ପିଟି ହତ୍ୟା କରିଥିଲେ । ପରେ ସେମାନେ ତା’ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ବ୍ୟାଗରେ ଭର୍ତ୍ତି କରିଦେଇଥିଲେ । ପରେ ତାକୁ ଏକ ଆଟୋ ମାଧ୍ୟମରେ  ମିଠି ନଦୀକୁ ନେଇଯାଇଥିଲେ । ଯେଉଁଠି ସେମାନେ ବ୍ୟାଗକୁ ଫୋପାଡ଼ି ଦେଇଥିଲେ । ୩ ଡିସେମ୍ୱରରେ ମଖଦୁମ୍‌ ଶାହ ବାବା ଦରଗାହ୍‌ର ପଛ ସମୁଦ୍ର ତଟରେ ସେହି ବ୍ୟାଗ୍‌ଟିକୁ ଦେଖିବାକୁ ମିଳିଥିଲା ।   ପୋଲିସ ଅଧିକାରୀମାନଙ୍କ କହିବା ହେଲା ଯେ, ରିବେଲୋ ଯୁବତୀ ଜଣଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିବା ପଡ଼ୋଶୀଙ୍କୁ କହିଥିଲା । କିନ୍ତୁ ପୋଷ୍ୟଭାବେ ଗ୍ରହଣ କରିଥିବା ନେଇ କୌଣସି ଆଇନଗତ କାଗଜପତ୍ର ତଦନ୍ତ ବେଳେ ମିଳିନଥିଲା । ରିବେଲୋର ୨ ଥର ଛାଡ଼ପତ୍ର ହୋଇସାରିଥିଲା । ଏବଂ ସେ ଯେବେ ଝିଆକୁ ନେଇ କି ଯାଇଥିଲା ସେତେବେଳେ ସେ ଏକୁଟିଆ ରହୁଥିଲା । ଝିଆର ବାପା ମା’ ଏବଂ ବଡ଼ ଭାଇ ଘାଟକୋପରରେ ରହୁଥିଲେ । ତା’ର ୧୬ ବର୍ଷୀୟ ପ୍ରେମିକ ଏବେ ୧୦ମ ଶ୍ରେଣୀ ପାସ୍‌ କରିଛି ।

Leave a Reply