ଭୈୟାଜୀ ଯୋଶୀଙ୍କ ସ୍ଥାନରେ RSSର ନୂଆ ସରକାର୍ଯ୍ୟବାହକ ଭାବେ ଦତ୍ତାତ୍ରେୟ ହୋସବାଲେ ମନୋନୀତ

1 min read
Dattatreya Hosabale Becomes RSS General Secretary

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ବଡ଼ ଧରିଣର ପରିବର୍ତ୍ତନ । ୧୨ ବର୍ଷ ହେଲା ଆରଏସଏସର ସରକାର୍ଯ୍ୟବାହକ (ସାଧାରଣ ସମ୍ପାଦକ) ଭୈୟାଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବାଲେଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଦତ୍ତାତ୍ରେୟଙ୍କୁ ନୂଆ ସରକାର୍ଯ୍ୟବାହକ ଭାବେ ମନୋନୀତ କରାଯାଇଛି । ଆରଏସଏସରେ କିଛି ବଡ଼ ପରିବର୍ତ୍ତନ ନେଇ ଦୀର୍ଘ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା ।

Dattatreya Hosabale Becomes RSS General Secretary

ସଂଘ ଇତିହାସରେ ଆଜି ଯାଏ କେବେ ଭୋଟିଂ ହୋଇନାହିଁ । ପ୍ରତ୍ୟେକ ଥର ସରକାର୍ଯ୍ୟବାହକ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇଛି । ଏଥର ବି ସେମିତି ହୋଇଛି । ଓଁ ଉଚ୍ଚାରଣ ସହିତ ଦତ୍ତାତ୍ରେୟ ହୋସବାଲେଙ୍କ ନାମ ଉପରେ ଅଖିଳ ଭାରତୀୟ ପ୍ରତିନିଧି ସଭା ମୋହର ମାରିଛି ।

ଦତ୍ତାତ୍ରେୟ ହୋସବାଲେ କିଏ ?

କର୍ଣ୍ଣାଟକର ସିମୋଗା ନିବାସୀ ଦତ୍ତାତ୍ରେୟ ହୋସବାଲେ । ସେ ୧୯୭୩ରେ ଆରଏସ୍ଏସ୍ ସମ୍ପର୍କରେ ଆସିଥିଲେ । ବେଙ୍ଗଳୁରୁ ବିଶ୍ୱବିଦ୍ୟାଳୟରେ ଦତ୍ତାତ୍ରେୟ ଇଂରାଜୀରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଏହା ଛଡ଼ା ସେ ଏବିଭିପି କର୍ଣ୍ଣାଟକ ରାଜ୍ୟରେ ସଂଗଠନ ମନ୍ତ୍ରୀ ଥିଲେ । ଏହାପରେ ସେ ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ଏବଂ ସହ ସଂଗଠନ ମନ୍ତ୍ରୀ ଥିଲେ । ପ୍ରାୟ ୨ ଦଶନ୍ଧି ଧରି ଏବିଭିପି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରହିବା ପରେ ୨୦୦୨-୦୩ରେ ସଂଘର ଅଖିଳ ଭାରତୀୟ ସହ ବୌଦ୍ଧିକ ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୯ରୁ ସହ ସରକାର୍ଯ୍ୟବାହକ ଥିଲେ ।

Leave a Reply