spot_img

Latest Posts

ସାବଧାନ: ନକଲି କଣ୍ଟାକ୍ଟ ଟ୍ରେସିଂ ଆପ୍ ଦ୍ୱାରା ଚୋରି ହୋଇପାରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ

କରୋନାଭାଇରସ୍ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ବିଶ୍ୱବ୍ୟାପି ସରକାରମାନେ ସରକାରୀ ଆପ୍ ତିଆରି କରିଛନ୍ତି, କିନ୍ତୁ ଉପଭୋକ୍ତାଙ୍କ ତଥ୍ୟ ଚୋରି କରିବା ପାଇଁ ହ୍ୟାକର୍ସମାନେ ଅନେକଗୁଡ଼ିଏ ନକଲି ଆପ୍ ତିଆରି କରିଛନ୍ତି ।

ତଥ୍ୟ ଚୋରି କରିବା ଉଦ୍ଦେଶ୍ୟରେ ଏପରି ଆପ୍ ଡିଜାଇନ୍ ହୋଇଛି ଯାହା ନକଲି କିନ୍ତୁ ଡିଜାଇନ୍ ଏପରି ଢଙ୍ଗରେ ହୋଇଛି ଯେ ତାହା ସରକାରୀ ବୋଲି ମନେ ହେବ । କୋଭିଡ -୧୯ ସହିତ ମୁକାବିଲା କରିବା ପାଇଁ ଦେଶଗୁଡ଼ିକ ବିଭିନ୍ନ ଅଫିସିଆଲ୍ କଣ୍ଟାକ୍ଟ ଟ୍ରାକିଂ ଆପ୍ ଡିଜାଇନ୍ କରିଛନ୍ତି  । ସୁରକ୍ଷା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଦଶହଜାର କଣ୍ଟାକ୍ଟ ଟ୍ରାକିଂ ଆପ୍ ଏପରି ଭାବରେ ଡିଜାଇନ୍ କରାଯାଇଛି ଯାହା ରୂପ ଏବଂ ଡିଜାଇନ୍ ରେ ସମାନତା ଦେଖାଯାଏ, କିନ୍ତୁ ସେମାନେ ବିପଜ୍ଜନକ ଆପ୍ ତିଆରି କରି ଉପଭୋକ୍ତା ତଥ୍ୟ ଚୋରୀ କରୁଛନ୍ତି ।

କାର୍ଲିଫର୍ଣ୍ଣିଆ ସ୍ଥିତ କମ୍ପାନୀ ଅନୋମାଲିର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଥରେ ଆପ୍ ମୋବାଇଲରେ ଡାଉନଲୋଡ୍ ହୋଇଗଲେ, ହ୍ୟାକର୍ସ ମାନେ ମାଲୱେୟାର ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବା ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ସହିତ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ତଥ୍ୟକୁ ମଧ୍ୟ ଚୋରି କରିପାରିବେ ।

ଅନୋମାଲି କହିଛନ୍ତି ଯେ ନକଲି କୋଭିଡ -19 ଆପ୍ ଗୁଗୁଲ ପ୍ଲେ ଷ୍ଟୋର ପରି ଅଫିସିଆଲ ଚ୍ୟାନେଲ ମାଧ୍ୟମରେ ବିତରଣ ହୁଏ ନାହିଁ କିନ୍ତୁ ଅନ୍ୟ ଆପ୍, ଥର୍ଡ ପାର୍ଟି ଷ୍ଟୋର ଏବଂ ୱେବସାଇଟ୍ ମାଧ୍ୟମରେ ଡାଉନଲୋଡ୍ ପାଇଁ ପ୍ରୋତ୍ସାହିତ ହୁଏ । କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ ଲେଖିଛି ଯେ ସରକାରୀ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆପର ନକଲ କରି ଡାଟା ଚୋରୀ କରିବା ଭଳି ଆପ ପ୍ରସ୍ତୁତ କରୁଛନ୍ତି ।

ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ମହାମାରୀ ମଧ୍ୟରେ ଥିବା ହ୍ୟାକର୍ମାନେ ତଥ୍ୟ ଚୋରୀ କରିବା ପାଇଁ ଜନସାଧାରଣଙ୍କ ଭୟର ସୁଯୋଗ ନେଉଛନ୍ତି ଯାହା ଦ୍ୱାରା ପାସୱାର୍ଡ ଏବଂ ଅନ୍ୟାନ୍ୟ ତଥ୍ୟ ମିଳିପାରିବ ।

ସ୍ମାର୍ଟଫୋନ୍ ମାଧ୍ୟମରେ କଣ୍ଟାକ୍ଟ ଟ୍ରାକିଂ ଆପ୍ ରେ ଏହା ଚିହ୍ନଟ ହୋଇପାରିବ ଯେ ଉପଭୋକ୍ତା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ । କେତେକ ସର୍ବେକ୍ଷଣରୁ ଜଣାପଡିଛି ଯେ କଣ୍ଟାକ୍ଟ ଟ୍ରାକିଂ ଆପକୁ ବ୍ୟବହାର କରିବା ପାଇଁ ଜନସାଧାରଣ ମାନେ କୁଣ୍ଠାବୋଧ କରୁଛନ୍ତି ।

 

ଅନୋମାଲିର ସୂଚନା ମୁତାବକ, ଆର୍ମେନିଆ, ବ୍ରାଜିଲ, ଭାରତ, କଲମ୍ବିଆ, ଇଣ୍ଡୋନେସିଆ, ଇରାନ, ଇଟାଲୀ, କିର୍ଗିଜସ୍ଥାନ ଏବଂ ସିଙ୍ଗାପୁରରେ ବୋଗସ୍ ଆପ୍ ନିୟୋଜିତ ହୋଇଛି। ଅନେକ କ୍ଷେତ୍ରରେ, ନକଲି ଆପ୍ ଅଫିସିଆଲ୍ ଆପ୍ ପରି ଦେଖାଯାଏ ।

Latest Posts

Don't Miss