spot_img

Latest Posts

ପ୍ରକାଶ ପାଇଲା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ, ସମସ୍ତଙ୍କର ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜିଲ୍ଲାକୁ ଡେଇଁଲା କରୋନା । ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝରରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ନୂଆ ପଜିଟିଭଙ୍କ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତଥ୍ୟ ପ୍ରଦାନ କରିଛି।

କେନ୍ଦୁଝର ପଞ୍ଚପଲ୍ଲୀର ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେବଗଡ଼ ବାସୁଦେବପୁରର ୩୪ ବର୍ଷୀୟ ପୁରୁଷଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ କୋଲକାତାରୁ ମୁମ୍ବାଇ ଟ୍ରକ ଚଳାଉଥିଲେ। ଗତ ୨୬ ତାରିଖରେ ଗାଁକୁ ଫେରିବା ପରେ ୨୭ ତାରିଖରେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ…୧୧୯କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ସେପଟେ ଝାରସୁଗୁଡ଼ାର ବ୍ରଜରାଜନଗରରୁ ୧୮ ବର୍ଷୀୟ ଯ଼ୁବତୀ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କର ପଶ୍ଚିମବଙ୍ଗ କନେକ୍ସନ୍‌ ରହିଛି। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ୮୩ଟି ଆକ୍ଟିଭ୍‌ କେସ୍‌ ଥିବା ବେଳେ ୩୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ରାଜ୍ୟରେ ୧୪ ଜିଲ୍ଲାକୁ ବ୍ୟାପିଛି କରୋନା।

Latest Posts

Don't Miss