ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ

Daringabadi Police Arrested Two Fake Maoist In Loot Case

ବାଲିଗୁଡ଼ା: ବନ୍ଧା ହେଲେ ଆଉ ୨ ଜଣ ନକଲି ମାଓବାଦୀ । ଏକ ଲୁଟ୍ ଘଟଣାରେ ପୋଲିସ ମୋଟ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁରେ ଡକାୟତି ହୋଇଥିଲା । ମାଓବାଦୀ ନାଁରେ ଡକାୟତି କରିଥିଲେ ୬ ଜଣିଆ ଗ୍ୟାଙ୍ଗ । ଘଟଣାରେ ୧୬ ତାରିଖରେ ଦାରିଙ୍ଗବାଡ଼ି ପୋଲିସ ୪ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିଲା ।

Daringabadi Police Arrested Two Fake Maoist In Loot Case

ଫେରାର୍ ଦୁଇଜଣଙ୍କୁ ଟ୍ରାକ୍ କରୁଥିଲେ ସାଇବର ଏକ୍ସପର୍ଟ । ଫେରାର ୨ ଜଣଙ୍କୁ ଟ୍ରାକ୍ କରି ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ । ଗିରଫ ଦୁଇ ନକଲି ମାଓବାଦୀ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗାଁର ମସେଶ ଦିଗାଲ ଓ କୋଟଗଡ଼ ଥାନା ପୁରସୁଡ଼ି ଗାଁର ଆଣ୍ଡ୍ରିଅ ପ୍ରଧାନ ।

Daringabadi Police Arrested Two Fake Maoist In Loot Case

ଗତ ୧୦ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁର ବିଶ୍ୱନାଥ ପ୍ରଧାନଙ୍କ ଘରୁ ଲୁଟ୍ ହୋଇଥିଲା । ପରିବାର ଲୋକଙ୍କୁ ଧମକାଇବା ସହ ବନ୍ଧୁକ, ଖଣ୍ଡା,କାତି ଆଦି ମାରଣାସ୍ତ୍ର ଦେଖାଇ ମାଓବାଦୀ ପରିଚୟ ଦେଇ ଟଙ୍କା, ସୁନା ସହ ରାସନ ସାମଗ୍ରୀ ଲୁଟି ନେଇଥିଲେ ୬ ଜଣିଆ ଡକାୟତ ଗ୍ୟାଙ୍ଗ । ଏନେଇ ଉଭୟ ପରିବାର ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ ।

Leave a Reply