ଋଷିଆ ବୁଲିବାକୁ ଯାଉଥିଲେ ସାବଧାନ୍!

ନନ୍ଦିଘୋଷ ବ୍ୟୁରୋ: ଋଷିଆ ବୁଲିବାକୁ ଯାଉଥିଲେ ସାବଧାନ୍ । ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କୁ ଋଷ ଯୁଦ୍ଧରେ ସାମିଲ କରୁଥିବା ଅଭିଯୋଗ । ପଞ୍ଜାବର ୭ ଜଣ ପର୍ଯ୍ୟଟକଙ୍କ ଚିତ୍ର ସାମ୍ନାକୁ ଆସିଲା  । ଏକ୍ସରେ ଭିଡିଓ ସେୟାର କରି ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ପଞ୍ଜାବର ଏହି ୭ ଜଣ ପର୍ଯ୍ୟଟକ । ପଞ୍ଜାବ ହୋସିଆରପୁରର ୭ ଯୁବକ ନୂଆବର୍ଷ ପାଇଁ ଋଷ୍ ଯାଇଥିଲେ । ଏମାନେ ଡିସେମ୍ବର ୨୭ରେ ୯୦ ଦିନିଆ ଭିସାରେ ଋସ୍ ଯାଇଥିଲେ । ସେଠାରେ ତାଙ୍କୁ ସୈନ୍ୟଦଳରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି । ଏକ୍ସରେ ୧୦୫ ସେକେଣ୍ଡର ଭିଡିଓ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଛି  । ଗଗନଦୀପ ନାମକ ଯୁବକଙ୍କ କହିବା କଥା ସେମାନଙ୍କୁ ୧୫ ଦିନର ସାମରିକ ତାଲିମ୍ ଦିଆଯାଇଛି । ସାମରିକ ତାଲିମ୍ ପରେ ସେମାନଙ୍କୁ ୟୁକ୍ରେନ୍ ସୀମାରେ ମୁତୟନ କରାଯାଇଛି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଢ଼ିଯାଇଛି ଚିନ୍ତା ।