ଉତ୍ତର ଉପକୂଳ ଓଡ଼ିଶାରେ ଏମିତି କ୍ଷତି ପହଞ୍ଚାଇପାରେ ବାତ୍ୟା ‘ବୁଲବୁଲ୍’

1 min read

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ବିଶେଷକରି ଉତ୍ତର ଉପକୂଳ ଓଡ଼ିଶାରେ ପ୍ରଭାବ ପକାଇବ । ବାତ୍ୟା ପ୍ରଭାବରେ କଚ୍ଚାଘର ଭାଙ୍ଗିପାରେ । ବିଦ୍ୟୁତ୍ ସରବରାହ ଓ ଟେଲି ଯୋଗଯୋଗ କ୍ଷତିଗ୍ରସ୍ତ ହୋଇପାରେ । ମାଟି ଓ କଙ୍କ୍ରିଟ୍ ରୋଡ୍ ନଷ୍ଟ ହେବାର ସମ୍ଭାବନା ରହିଛି । ଏପରିକି ପବନ ପ୍ରଭାବରେ ଗଛ ଭାଙ୍ଗିବା ସହ ଉପୁଡ଼ି ପଡ଼ିବ ।

FILE PHOTO

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଆଜିଠୁ ସମୁଦ୍ରକୁ ଯିବାପାଇଁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମୋଟର ବୋଟ ଚଳାଚଳକୁ ନିଷିଦ୍ଧ କରାଯିବା ସହ ସମୁଦ୍ର ବେଳାଭୂମିରେ ବୁଲାବୁଲି ଉପରେ କଟକଣା ଜାରି କରାଯାଇଛି । ପ୍ରଭାବିତ ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.