ଓଡ଼ିଶାର ୬ ଜିଲ୍ଲାରେ ଏମିତି ତାଣ୍ଡବ ରଚିପାରେ ‘ଅମ୍ଫାନ୍’

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ୍’ ଯୋଗୁଁ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା ଉପକୂଳର ୬ ଜିଲ୍ଲା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ‘ଅମ୍ଫାନ୍’ କ୍ଷୟକ୍ଷତି ଘଟାଇବ । ୬ ଜିଲ୍ଲାରେ କଣ ସବୁ କ୍ଷତି ହେବ ତାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କଚ୍ଚା ଘର କ୍ଷତିଗ୍ରସ୍ତ ହେବ । ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ବଙ୍କା ହେବା ସହ ଉପୁଡ଼ି ଯାଇପାରେ । କଚ୍ଚା ଓ ପକ୍କା ରାସ୍ତା ବ୍ୟାପକଭାବେ କ୍ଷତିଗ୍ରସ୍ତ ହେବ । ରେଲୱେ ବିଦ୍ୟୁତ୍ ତାର ଓ ସିଗନାଲ ସିଷ୍ଟମ ଆଂଶିକ ଭାବେ ନଷ୍ଟ ହେବ । ଧାନ ଫସଲ, ବୃକ୍ଷରୋପଣ ଓ ଅନ୍ୟ ଫସଲ ନଷ୍ଟ ହେବ । ଆମ୍ବ ଗଛ ଗୁଡ଼ିକ ଉପୁଡ଼ିଯିବ । ଛୋଟ ଡଙ୍ଗା କ୍ଷତିଗ୍ରସ୍ତ ହେବ ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ରେଳ ଓ ସଡ଼କ ପଥରେ ଯାତାୟତକୁ ଡାଇଭର୍ଟ କରାଯାଇଛି । ମୋଟର ବୋଟ୍ ଓ ଛୋଟ ଜାହାଜ ଚଳାଚଳ ନକରିବାକୁ କୁହାଯାଇଛି ।

ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍’

Leave a Reply