ଦାମଙ୍କ ବିରୋଧୀଙ୍କୁ ବାଣୀ : ଖାଲି ଦୋଷ ଖୋଜନି, ସହଯୋଗ କର

ଭୁବନେଶ୍ୱର: ପୁରା ରାଜ୍ୟ ଏବେ କରୋନା ସହ ସଂଘର୍ଷ କରୁଛି । ରାଜ୍ୟ ସରକାର କରୋନାଠୁ ଜିତିବା ପାଇଁ ବିଭିନ୍ନ ପ୍ରକାରର ଦୃଢ଼ ପଦକ୍ଷେପ ନେଉଛନ୍ତି । କିନ୍ତୁ ବିରୋଧୀ ଏ ସମୟରେ ମଧ୍ୟ ସରକାରଙ୍କ ସହ ବିରୋଧ କରିବାରେ ଟିକେ ଉଣା କରୁନାହାନ୍ତି । ତେଣିକି ତାହା ଲକ୍‌ଡାଉନ ପ୍ରସଙ୍ଗ  ହେଉକି ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା କଥା ହେଉ । ସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ,ସବୁବେଳେ  ପ୍ରସ୍ତୁତ ରହୁଛନ୍ତି ।  ତେବେ ଏନେଇ ବିରୋଧୀଙ୍କୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କିଛି ପରାମର୍ଶ ଦେଇଛନ୍ତି ।

କରୋନା ମହାମାରୀ ସଂକଟ କାଳରେ ଗଠନାତ୍ମକ ଭୂମିକା ନିର୍ବାହ କରିବାକୁ ବିରୋଧୀଙ୍କୁ ଡକ୍ଟର ଦାମୋଦର ରାଉତ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ଖାଲି ଦୋଷ ଖୋଜିଲେ ହେବ ନାହିଁ । ବିରୋଧୀଙ୍କୁ ଗଠନାତ୍ମକ ପ୍ରସ୍ତାବ ଦେବାକୁ ସେ କହିଛନ୍ତି ।

ଭୁବନେଶ୍ୱର ବିମାନବନ୍ଦର ହେଲା ନନ୍ ଟଚ୍ ଏୟାରପୋର୍ଟ: ଲଗେଜ ଛୁଇଁବେନି ସୁରକ୍ଷାକର୍ମୀ

ସେ କହିଛନ୍ତି ଯେ, ଏହା ଦୋଷ ଦେଖିବାର ସମୟ ନୁହେଁ । ବିରୋଧୀ ଦଳଙ୍କ ସମାଲୋଚନା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ବିରୋଧୀ ଦୋଷ ନଦେଖି ସରକାରଙ୍କୁ ସହଯୋଗ କରନ୍ତୁ । ଏକାଠି ହୋଇ ସହଯୋଗ ପାଇଁ ପ୍ରବାସୀମାନଙ୍କୁ ଅନୁରୋଧ କରନ୍ତୁ । ଏ ସମୟରେ ରାଜନୈତିକ ପକ୍ଷପାତିତା ନକରିବାକୁ ଦାମ ପରାମର୍ଶ ଦେଇଛନ୍ତି ।

ବିରୋଧୀଙ୍କୁ ପରାମର୍ଶ ଦେବା ପରେ ଦାମଙ୍କ ନିଶାନରେ ଆଜି ଥିଲେ ଆମାନିଆ ପ୍ରବାସୀ । ସେ  ପ୍ରବାସୀ ଓଡ଼ିଆଙ୍କୁ ଅମାନିଆ ନହେବା ଓ ଧୈର୍ଯ୍ୟ ରଖିବାକୁ ଅପିଲ କରିଛନ୍ତି ।

 

Leave a Reply